ମା’ଙ୍କ ଆଶୀର୍ବାଦ ନେଇ ନାମାଙ୍କନ ଦାଖଲ କଲେ ଧର୍ମଶାଳା କଂଗ୍ରେସ ବିଧାୟକ ପ୍ରାର୍ଥୀ

Published By : Prameya-News7 Bureau | May 09, 2024 IST

ଚଣ୍ଡିଖୋଲ ୯।୫: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ କିଷାନ ପଣ୍ଡା ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମଙ୍ଗଳପୁର ଗ୍ରାମ ସ୍ଥିତ ଗ୍ରାମ ଦେବତୀଙ୍କ ମନ୍ଦିରରେ ପହଞ୍ଚି ଗ୍ରାମ ଦେବତୀଙ୍କୁ ଦର୍ଶନ କରି ନିଜ ଶତାଧିକ ସମର୍ଥକଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ଉପ ଜିଲ୍ଲାପାଳଙ୍କ ଅଫିସ ଅଭିମୁଖେ ଯାଇଥିଲେ । ନିଜ ମା’ଙ୍କ ଆଶୀର୍ବାଦ ନେଇ ନାମାଙ୍କନ ପାଇଁ ବାହାରିଥିଲେ । ନିଜ ପରିବାର ଲୋକ ଓ ସମର୍ଥକଙ୍କ ଗହଣରେ ବେଶ୍ ଭାବ ବିହ୍ବଳ ହୋଇଥିଲେ କିଷାନ ପଣ୍ଡା । ଯେଉଁଭଳି ଭାବେ ଧର୍ମଶାଳା ବାସୀଙ୍କ ଭଲ ପାଇବା ଓ ଜନ ସମର୍ଥନ ରହିଛି ଆଗାମୀ ଦିନରେ କଂଗ୍ରେସକୁ ସଫଳତା ମିଳିବ ବୋଲି କଂଗ୍ରେସ ପ୍ରାର୍ଥୀ କିଷାନ ପଣ୍ଡା କହିଛନ୍ତି ।

You Can Read :

ଧର୍ମଶାଳାରେ ବିଜୁ ଛାତ୍ର ଜନତା ଦଳର ସମାବେଶ, ସାମିଲ ହେଲେ ବାବୁସାନ ଓ ଏଲିନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.