LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ

21/03/2023 at 11:40 AM

ଧର୍ମଗଡ଼ ୨୧।୦୩ : ଜେଲ ଗଲେ ଦୁଇ ଦୁର୍ନୀତିଗ୍ରସ୍ତ ବନ ଅଧିକାରୀ l ବନୀକରଣ ନାଁରେ କରିଥିଲେ ଦୁର୍ନୀତି l ଜାମିନ୍‌ ନାମଞ୍ଜୁର ପରେ ଦୁଇ ଅଧିକାରୀଙ୍କୁ ଜେଲ୍‌ ପଠାଯାଇଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନର୍ଲା ବନ ବିଭାଗର ଘଟଣା ।  

ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲାରେଞ୍ଜ ରେ ଆମ ଜଙ୍ଗଲ କାମ୍ପା ଯୋଜନାରେ ୨୦୧୫-୧୬, ୧୬-୧୭ ବର୍ଷରେ ଖେରାବାଣ୍ଡି, ନର୍ଲା ଏବଂ ସର୍ଗିଗୁଡା ତିନିଟି ବିଟରେ ୧୪୫୦ ହେକ୍ଟର ଜଙ୍ଗଲରେ ବନୀକରଣ ନାଁରେ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା l ବନ ଅଧିକାରୀ ମାନେ ୨୩ ଲକ୍ଷ ୬୩ ହଜାର ଟଙ୍କା ଆତ୍ମସାତ୍‌ ହୋଇଥିବା ନେଇ ଲୋକାୟୁକ୍ତରେ ଅଭିଯୋଗ ହୋଇଥିଲା । ଲୋକାୟୁକ୍ତ ଏହାର ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ ।

ଶେଷରେ ପୂର୍ବତନ ଡିଅଫଓ, ପୂର୍ବତନ ଏସିଅଫ, ପୂର୍ବତନ ରେଞ୍ଜର, ପୂର୍ବତନ ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ l ତଦନ୍ତରେ ଅଭିଯୋଗ ସତ୍ୟ ପ୍ରମାଣିତ ହେବା ପରେ ସମସ୍ତଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର ହେବା ପାଇଁ ସମନ ହୋଇଥିଲା l ଦୁଇ ଅଧିକାରୀ କୋର୍ଟରେ ହାଜର ହୋଇ ଜାମିନ ପାଇଁ ଆବେଦନ କରିଥିଲେ । କିନ୍ତୁ ଜାମିନ ନାମଞ୍ଜୁର ହେବା ପରେ ଦୁଇ ଅଧିକାରୀଙ୍କୁ ଜେଲକୁ ପଠାଯାଇଛି । ବାକି ଅନ୍ୟ ତିନି ଜଣଙ୍କୁ ସମନ କରାଯାଇଛି l

   Related Posts