ଅସହ୍ୟ ହେଲା ଶ୍ୱଶୁର ଘର ଲୋକଙ୍କ ନିର୍ଯାତନା, ଧାରଣାରେ ବସିଲେ ନବବଧୂ

Published By : Prameya-News7 Bureau | November 28, 2022 IST

ସାଲେପୁର ୨୮/୧୧: ନବବଧୂକୁ ଶ୍ୱଶୁର ଘର ଲୋକଙ୍କ ନିର୍ଯାତନା । ଶଶୁରଘର ଆଗରେ ନବବଧୁଙ୍କ ଧାରଣା । ଥାନାରେ ଅଭିଯୋଗ । ଏଭଳି ଘଟଣା ଦେଖିବାଲୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ବାଲିସାହି(ମାଛୁଆତି) ଗ୍ରାମରେ । ନବବଧୁ ଜଣକ ହେଲେ ଡେଙ୍କାନାଳ ଜିଲ୍ଲା ରାଧାକୃଷ୍ଣ ବଜାରର ସତ୍ୟନାରାୟଣ ମହାରଣାଙ୍କ କନ୍ୟା ସସ୍ମିତା ମହାରଣା ।

ସସ୍ମିତା ମହାରଣା କଟକ ଜିଲ୍ଲା ସାଲେପୁର ଥାନା ବାଲିସାହି (ମାଛୁଆତି)ଗ୍ରାମର ସନାତନ ମହାରଣାଙ୍କ ପୁତ୍ର ସୁସେନ ମହାରଣାଙ୍କୁ ବୈଦିକ ରୀତିରେ ୨୦୨୦ରେ ବିବାହ କରିଥିଲେ । ବିବାହ ସମୟରେ ବରପକ୍ଷର ଦାବି ମୁତାବକ ଯୌତୁକ ଦେଇ ବିବାହ ହୋଇଥିଲା । ହେଲେ ଶଶୁର ଘର ଲୋକେ ଅଧିକ ଯୌତୁକ ଦାବି କରି ନବବଧୁକୁ ନିର୍ଯାତନା ଦେଇ ଆସୁଥିଲେ ।

ବିବାହର ୩ ମାସ ପରେ ସସ୍ମିତାଙ୍କୁ କୌଣସି କାରଣ ନଥାଇ ବାପଘରକୁ ସ୍ୱାମୀ ଶଶୁର କୁଆଁର ପୂର୍ଣ୍ଣିମାରେ ପଠାଇ ଦେଇଥିଲେ । ପଠାଇବା ପରେ ଅଧିକ ଯୌତୁକ ଦାବି କରିବା ସହ ଆଉ ସସ୍ମିତାକୁ ଆଣିଲେ ନାହିଁ । ସ୍ୱାମୀର ପରକିୟା ପ୍ରୀତି ଅନ୍ୟ ମହିଳାଙ୍କ ସହ ଥିବା ନେଇ ସସ୍ମିତା ମଧ୍ୟ ଅଭିଯୋଗ ଆଣିଛନ୍ତି। ଏନେଇ ସସ୍ମିତା ସ୍ୱାମୀ ଶ୍ୱଶୁରକୁ ଆସିବା ପାଇଁ ବାରମ୍ବାର ଫୋନ କରିଥିଲେ ହେଲେ କୌଣସି ସୁଫଳ ମିଳିଲାନାହିଁ ।

ଏନେଇ ସସ୍ମିତା ସାଲେପୁର ଥାନା ଓ ଢେଙ୍କାନାଳ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ନ୍ୟାୟ ଦେଇ ନପରିବାରୁ ସସ୍ମିତା ଢେଙ୍କାନାଳରୁ ଆସି ସାଲେପୁର ଥାନା ବାଲିସାହି (ମାଛୁଆତି) ଶ୍ୱଶୁର ଆଗରେ ନ୍ୟାୟ ଦାବିରେ ପରିବାର ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହ ଧାରଣା ବସିରହିଛନ୍ତି । ନ୍ୟାୟ ନମିଳିବା ଯାଏ ଧାରଣାରେ ବସିବା ସହ ଆତ୍ମାହୁତି ଦେବେ ବୋଲି କହିଛନ୍ତି । ଅନ୍ୟପଟେ ଶ୍ୱଶୁର ଘର ଲୋକେ ଘରର କବାଟ ତାଲା ପକାଇ ଘରୁ ଫେରାର ହୋଇଯାଇଥିଲା ବେଳେ ସେମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.