ମାଟ୍ରିକ ପରୀକ୍ଷା ଫଳ ନେଇ ଅସନ୍ତୋଷ, ସ୍କୁଲ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା

Published By : Prameya-News7 Bureau | June 29, 2021 IST

ନୀଳଗିରି ୨୯।୦୬: ମାଟ୍ରିକ ପରୀକ୍ଷା ଫଳ ନେଇ ଜାରି ରହିଛି ଅସନ୍ତୋଷ । ନୀଳଗିରି ଶିଶୁ ମନ୍ଦିରରେ ପଢୁଥିବା ଛାତ୍ରଛାତ୍ରୀମାନେ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳରେ ତ୍ରୁଟି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସ୍କୁଲ ଆଗରେ ଧାରଣା ଦେଇ ନିଜର ଅସନ୍ତୋଷ ଜାହିର କରିଛନ୍ତି । ପୁଣି ଥରେ ଖାତାର ମୁଲ୍ୟାୟନ କରିବା ପାଇଁ ଦାବି କରିଛନ୍ତି । ସେହିପରି ଅଭିଭାବକ ମାନେ ମଧ୍ୟ ସରକାରୀ ସ୍କୁଲରେ ସଠିକ ମାର୍କ ଦେଇଥିବା ବେଳେ ଜାଣି ଶୁଣି ଶିଶୁ ମନ୍ଦିରରେ ଏଭଳି କରାଯାଇଥିବା ଅଭିଯୋଗ ଉଠିଛି। ଯଦି ସରକାର ଏହାର ପୁନଃ ବିଚାର ନକରନ୍ତି ତାହେଲେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.