ଚାଷୀ ବଞ୍ଚାଅ ନାରା ଦେଇ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | December 14, 2020 IST

ଭଦ୍ରକ ୧୪।୧୨:  ଚାଷୀ ବଞ୍ଚାଅ ନାରା ଦେଇ ନବ ନିର୍ମାଣ କୃଷକ ସଂଗଠନ ସାମୟିକ ଗଣ ସତ୍ୟାଗ୍ରହ କରିଛି । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଙ୍ଗଠନର ଭଦ୍ରକ ଶାଖା ତରଫରୁ ୯ଘଣ୍ଟିଆ  ଗଣ ସତ୍ୟାଗ୍ରହ ସହ ଅନଶନ ଜାରି ରଖିଛନ୍ତି ଚାଷୀ ।

କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲକୁ ବିରୋଧ ଓ  ପ୍ରତ୍ୟାହାର ଦାବି ନେଇ ଏହି ଗଣ ସତ୍ୟାଗ୍ରହ ଆୟୋଜିତ ହୋଇଛି । ଅନ୍ୟପଟେ ସିପିଆଇ , କୃଷକ ସଂଘର୍ଷ ଉନୟନ ସମିତି ଓ ଅନ୍ୟ ଚାଷୀ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିଛି । ବନ୍ତ ଛକ ଠାରୁ ଶୋଭାଯାତ୍ରାରେ ଯାଇ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯେ ପର୍ଯ୍ୟନ୍ତ ଏହି କୃଷି ବିଲକୁ କେନ୍ଦ୍ର ସରକାର ପ୍ରତ୍ୟାହାର ନକରିଛନ୍ତି, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.