ମୁମ୍ଵାଇ ୨୯।୧୧; ତାମିଲ୍ ସୁପରଷ୍ଟାର ଧନୁଷ । ତାଙ୍କ ପତ୍ନୀ ଐଶ୍ବର୍ଯ୍ୟା ରଜନୀକାନ୍ତଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି । ଦୀର୍ଘ ୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ୨୦୨୨ରେ ଉଭୟ ପରସ୍ପରଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ଅଲଗା ରହୁଥିଲେ ବି ଉଭୟ ଛାଡ଼ପତ୍ର ନେଇ ନଥିଲେ। ପରେ ଛାଡ଼ପତ୍ର ପାଇଁ ଦୁହେଁ ଆବେଦନ କରିଥିଲେ । ଏବେ ଏହି ମାମଲାର ଶୁଣାଣି ଶେଷ ହୋଇଛି । ଉଭୟ ଆଇନଗତ ଭାବେ ପରସ୍ପରକୁ ଛାଡ଼ପତ୍ର ଦେଇଛନ୍ତି। ଏମଧ୍ୟରେ ଧନୁଷଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ଐଶ୍ବର୍ଯ୍ୟା ରଜନୀକାନ୍ତଙ୍କୁ କେଉଁ ପରିସ୍ଥିତିରେ ବିବାହ କରିଥିଲେ ତାହା ଜଣାଇଥିଲେ।
୧ ନଭେମ୍ବର ୨୦୦୪ରେ, ଧନୁଷ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଯେଉଁଥିରେ ସେ ତାଙ୍କ ବିବାହ ଘୋଷଣା କରିଥିଲେ। ସେହି ସମୟରେ ସେ ସ୍ପଷ୍ଟ କରିଥିଲେ ଆମେ ଦୁହେଁ ପ୍ରେମ ବିବାହ କରିନାହୁଁ । ସେ ସ୍ୱୀକାର କରିଛନ୍ତି ଯେ ସେ ଐଶ୍ୱର୍ଯ୍ୟାଙ୍କୁ ଜାଣନ୍ତି କେବଳ ତାଙ୍କ ବଡ଼ ଭଉଣୀର ବନ୍ଧୁ ଭାବରେ । ହେଲେ ଗଣମାଧ୍ୟମ ଦୁହିଁଙ୍କୁ ଲିଙ୍କ୍ କରିବା ଆରମ୍ଭ କରିଥିଲା। ଗୁଜବକୁ ଦୂର କରିବା ପ୍ରୟାସରେ ଉଭୟ ପରିବାର ଏକତ୍ରିତ ହୋଇ ସମାଧାନ ଖୋଜିଥିଲେ। ଆଲୋଚନା ପରେ, ସମସ୍ତେ ଏହି ଚର୍ଚ୍ଚାକୁ ବନ୍ଦ କରିବା ପାଇଁ ଦୁହେଁ ବିବାହ କରିନେବା ଉଚିତ୍ ବୋଲି ନିଷ୍ପତ୍ତି ନେଇଥିଲେ। ଏହା ପରେ ଆମ ବିବାହ ସ୍ଥିର ହେଲା। ଏହା ପ୍ରେମ ବିବାହ ନୁହେଁ।
ଧନୁଷ କହିଛନ୍ତି, " ଐଶ୍ୱର୍ଯ୍ୟାଙ୍କ ସହ ମୋର ବିବାହ ପାଇଁ ମୋତେ ଗଣମାଧ୍ୟମକୁ ଧନ୍ୟବାଦ ଦେବାକୁ ପଡିବ। ମୁଁ ପୁଣିଥରେ କହିବାକୁ ଚାହୁଁଛି ଯେ ଆମର ବିବାହ ପ୍ରେମ ବିବାହ ନୁହେଁ। ଐଶ୍ୱର୍ଯ୍ୟା ଧନୁଷଙ୍କ ଠାରୁ ବଡ। ତାଙ୍କ ବୟସରେ ଦୁଇ ବର୍ଷର ପାର୍ଥକ୍ୟ ଅଛି ।