ନ୍ୟାୟିକ ନିଯୁକ୍ତି ବ୍ୟବସ୍ଥା, ସୁପ୍ରିମକୋର୍ଟ କଲେଜିୟମକୁ ତେରଛା ବାଣ, ଉପରାଷ୍ଟ୍ରପତି କହିଲେ ଗମ୍ଭୀର ମାମଲାରେ ହେଉନି ଚର୍ଚ୍ଚା

Published By : Prameya-News7 Bureau | December 03, 2022 IST

ନୂଆଦିଲ୍ଲୀ: ନ୍ୟାୟିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ ଉପରାଷ୍ଟ୍ରପତି । ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଜର୍ଜ ନିୟୁକ୍ତି ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟଙ୍କୁ ଟାର୍ଗେଟ୍ କରିଛନ୍ତି ଉପରାଷ୍ଟ୍ରପତି ଜଗଦୀଶ ଧନଖଡ। ନ୍ୟାୟିକ ନିଯୁକ୍ତି ଆୟୋଗ ଅଧିନିୟମକୁ ସୁପ୍ରିମକୋର୍ଟ କେଲଜିୟମ ରଦ୍ଦ କରିଛନ୍ତି । ହେଲେ ଏହା ଉପରେ ସଂସଦରେ କୌଣସି ଚର୍ଚ୍ଚା ହୋଇନାହିଁ । ଏହା ଏକ ଗମ୍ଭୀର ମାମଲା ବୋଲି କହିଛନ୍ତି ଧନଖଡ କହିଛନ୍ତି ।  

ସୁପ୍ରିମକୋର୍ଟର କଲେଜିୟମ ବ୍ୟବସ୍ଥାକୁ ନେଇ କିଛି ଦିନ ହେଲା ଚର୍ଚ୍ଚା ଜାରି ରହିଛି । ଦେଶର ଆଇନ ମନ୍ତ୍ରୀ କଲେଜିୟମକୁ ଖୁବ୍ ଆଲୋଚନା କରିଛନ୍ତି । ଆଉ ଏହି ନିଆଁ ଏବେ ଘିଅ ଢାଳିବା କାମ କରିଛନ୍ତି ଉପ-ରାଷ୍ଟ୍ରପତି ଜଗଦୀଶ ଧନଖଡ। ସେ କହିଛନ୍ତି, ସଂସଦ ଦ୍ବାରା ପାରିତ ଆଇନ, ଯାହା ଦେଶବାସୀଙ୍କ ଇଚ୍ଛାକୁ ଦର୍ଶାଉଛି, ତାକୁ ଉଚ୍ଚ ନ୍ୟାୟାଳୟ ରଦ୍ଦ କରିଛନ୍ତି । ହେଲେ କେଉଁ କାରଣରୁ ଆଇନକୁ ରଦ୍ଦ କରିଛନ୍ତି ଏବାବଦରେ କୌଣସି ତଥ୍ୟ ନାହିଁ ।

ଶୁକ୍ରବାର ଏକ ସାଭାକୁ ସମ୍ବୋଧିତ କରି ଏଭଳି କହିଛନ୍ତି ଉପରାଷ୍ଟ୍ରପତି । ୨୦୧୫-୧୬ ମସିହାରେ ସଂସଦ ଦ୍ବାରା ଏନଜେଏସି ଅଧିନିୟମ ପାରିତ ହୋଇଥିଲା । ଦେଶବାସୀଙ୍କ ଇଚ୍ଛାକୁ  ସମ୍ବିଧାନିକ ପ୍ରବସ୍ତାବନା ମାଧ୍ଯମରେ ପରିବର୍ତ୍ତନ କରାଯାଇଥିଲା । ହେଲେ ଏନଜେଏସି ଅଧିନିୟମକୁ ସର୍ବୋଚ୍ଚ ଅଦାଲତ ଅସାମ୍ବିଧାନିକ କହିବା ସହିତ ଏହାକୁ ରଦ୍ଦ କରିଦେଇଛନ୍ତି । ସାରା ବିଶ୍ବରେ ଏଭଳି କେଉଁଠି ଉଦାହରଣ ନାହିଁ ଯେଉଁଠି ସମ୍ବିଧାନକୁ ରଦ୍ଦା କରାଯାଇଛି  ବୋଲି ଉପରାଷ୍ଟ୍ରପତି କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.