ବଡ଼ମ୍ୱା ରେଞ୍ଜରଙ୍କ ସହ ୬ ବନ କର୍ମଚାରୀ ଗିରଫ, କୋର୍ଟ ଚାଲାଣ କଲା ପୋଲିସ
8/02/2023 at 5:27 PM

ଆଠଗଡ଼ ୦୮/୦୨: ବନ ବିଭାଗ ହେପାଜତରେ ଧନେଶ୍ଵର ବେହେରା ମୃତ୍ୟୁ ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନ। ଆଠଗଡ଼ ଏସଡିପିଓ ବଡ଼ମ୍ୱା ରେଞ୍ଜର ସୁବ୍ରତ ବେହେରାଙ୍କ ସହ ୬ ବନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ବନ କର୍ମଚାରୀଙ୍କ ମଧ୍ୟରେ ଫରେଷ୍ଟର ମନୋଜ ଦାସ, ଦୀପକ ସେଠୀ ଥିବା ବେଳେ ଫରେଷ୍ଟ ଗାର୍ଡ ସୁନାଏକ ମାଝି, କୁନା ବେହେରା, ପ୍ରଭାତ ପ୍ରଧାନ ସାମିଲ୍ ଅଛନ୍ତି।

ଖବର ଅନୁସାରେ, ଗତ ରବିବାର ଧନେଶ୍ୱରଙ୍କୁ ହାତୀ ଶିକାର ସନ୍ଦେହରେ ବନ ବିଭାଗ ଏକ ପେଟ୍ରୋଲ ପମ୍ପ ପାଖରୁ ଉଠାଇ ଆଣି ପଚରା ଉଚୁରା କରିଥିଲା। ଏହି ସମୟରେ ମାଡ଼ ମରାଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପରିବାର ପକ୍ଷରୁ ବଡ଼ମ୍ୱା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଦୁଇ ଦିନ ହେଲା ୧୪ ଜଣ ବନ ଅଧିକାରୀଙ୍କୁ ଅଟର ରଖି ପଚରାଉଚୁରା କରୁପଥିଲା। ବୁଧବାର ସାମ୍ୱାଦିକ ସମ୍ମିଳନୀରେ ଏନେଇ ସୂଚନା ଏସଡିପିଓ ବିଜୟ କୁମାର ବିଶି ସୂଚନା ଦେଇଛନ୍ତି।