ଧାନମଣ୍ଡଳ ପଞ୍ଚାୟତରେ ସୁରୁଖୁରୁରେ ସରିଲା ଭୋଟ ଗ୍ରହଣ

Published By : Prameya-News7 Bureau | May 27, 2022 IST

ଚଣ୍ଡିଖୋଲ ୨୭/୦୫: ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀର ଧାନମଣ୍ଡଳ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଛି ଉପ ନିର୍ବାଚନ। ପଞ୍ଚାୟତର ଶହଶହ ଭୋଟର ମତଦାନ କେନ୍ଦ୍ରକୁ ଆସି ନିଜର ମତାଧିକାର ସାବ୍ୟସ୍ତ କରିଥିଲେ ।

ଶୁକ୍ରବାର ବିଭିନ୍ନ ପଞ୍ଚାୟତରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଧାନମଣ୍ଡଳ ସରପଞ୍ଚଙ୍କ ଦେହାନ୍ତ ପରେ ସରକାର ଏଠାରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ । ଫଳରେ ଆଜି ସକାଳୁ ଭୋଟର ଲମ୍ବା ଲାଇନ କରି ଠିଆ ହେବା ସହ ମତଦାନ କରିଥିଲେ ।

ପଞ୍ଚାୟତର ମୋଟ ୧୩ଟି ୱାର୍ଡ ରେ ମୋଟ୨୬୪୦ ଜଣ ଭୋଟର ରହିଥିଲେ । ସେମାନଙ୍କ ହାତରେ ୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଭର କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.