ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ହଜାର ହଜାର ଟଙ୍କାର ଶସ୍ୟ ପୋଡି ପାଉଁଶ

Published By : Prameya-News7 Bureau | December 26, 2021 IST

ସାନଖେମୁଣ୍ଡି, ୨୬|୧୨ : ଧାନ ଗଦାରେ ଲାଗିଲା ନିଆଁ। ଜଳି ଗଲା ହଜାର ହଜାର ଟଙ୍କାର ଧାନ । ଏପରି ଅଘଟଣ ଘଟିଛି ଗଞ୍ଜାମ ଜିଲ୍ଲା  ସାନଖେମୁଣ୍ଡି ଅଞ୍ଚଳରେ ।

ସୂଚନାନୁସାରେ, ସାନଖେମୁଣ୍ଟିର ରାମଚନ୍ଦ୍ରପୁର ପଞ୍ଚାୟତ ଜଗନ୍ନାଥପୁର  ବିଲ ଥିବା ଏକ ଧାନ ଗଦାରେ ନିଆଁ ଲାଗିଯାଇଥିଲା ।  କେହି ଦୁର୍ବୃତ୍ତ ଏଥିରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା। ତେବେ ଘଟଣାସ୍ଥଳରେ ପହଁଚି ଅଗ୍ନିକାଣ୍ଡ ଜନିତ କ୍ଷୟକ୍ଷତି ଆକଳନ କରିଛି ସାନଖେମୁଣ୍ଡି ରାଜସ୍ୱ ବିଭାଗ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.