ଲଗାଣ ବର୍ଷାରେ ବେହାଲ ଧାମନଗର, ଏନଏସି ଅଫିସରେ ପଶିଲା ପାଣି

Published By : Prameya-News7 Bureau | August 15, 2020 IST

ଭଦ୍ରକ ୧୫।୮: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇପଡିଛି ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳ । ଧାମନଗର ଏନଏସି କାର୍ଯ୍ୟାଳୟ ମଧ୍ୟରେ ବର୍ଷା ପାଣି ପଶିଯାଇଛି । ଧାମନଗର ବ୍ଲକରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ଚାଲିବା ସହ ଯୋଗାଯୋଗ  ବିଚ୍ଛିନ୍ନ ହୋଇଛି ।

{"id":314872,"sizeSlug":"large"}

ଧାମନଗର-କୋଠାର ରାସ୍ତାର ଜୟ ନଗରଠାରେ ଓ ଭଦ୍ରକ-ଧାମନଗର ରାସ୍ତା ଉପରେ ୫ ଫୁଟ ପାଣି ଚାଲିଛି । ଫଳରେ ଲୋକମାନେ ଯାତାୟତ କରିବାରେ ବାଧା ଉପୁଜୁଛି । ଏମିତିକି ଧାମନଗର ଏନଏସି ଅଞ୍ଚଳର ମୁନସୀ ପାଟଣା, ବଣିଆ ସାହି, ଚାର ହବେଲି, ହବିବ ନଗର, କାଜି ସାହିରେ ବର୍ଷା ପାଣି ଲୋକମାନଙ୍କ ଘରେ ପଶିଛି ।

{"id":314873,"sizeSlug":"large"}

କିଛି ଗାଁ ମଧ୍ୟ ଜଳବନ୍ଦୀ ଅବସ୍ଥାରେ ଥିବାରୁ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଉଦ୍ଧାର କରାଯାଇଛି । ଏବେବି ବହୁ ଦୋକାନ ଓ ଘରମାନଙ୍କରେ ଆଣ୍ଠୁଏ ଆଣ୍ଠୁଏ ପାଣି  ପଶି ରହିଛି । ଧାମନଗରରେ ଶୁକ୍ରବାର ୨୬୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ପ୍ରବଳ ବର୍ଷା ଯୋଗୁଁ ବ୍ଲକ୍ ଓ ଏନଏସିରେ କୃତ୍ରିମ ବନ୍ୟା ଉପୁଜିଥିବା ଲୋକମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.