କରୋନା ସ୍ଥିତି ସଙ୍ଗୀନ : ଧାମନଗର ଏନଏସିରେ କଟକଣା କଡାକଡି
14/08/2020 at 5:57 PM

ଧାମନଗର, ୧୪|୦୮ : ଭଦ୍ରକ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ପ୍ରଶାସନ ତରଫରୁ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କଟକଣାକୁ ବୃଦ୍ଧି କରାଯାଇଛି ।
କଟକଣା ଅନୁସାରେ, ଏବେ ଧାମନଗର ଏନଏସିରେ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ୩ଟା ପରେ ସର୍ବସାଧାରଣଙ୍କ ଯାତାୟାତ ଉପରେ କଟକଣା ଲାଗୁ କରାଯାଇଛି । ଏହି କଟକଣା ଅଗଷ୍ଟ ମାସ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ସୂଚନାଯୋଗ୍ୟ, ଜିଲ୍ଲାରେ ଶୁକ୍ରବାର ଚିହ୍ନଟ ୧୧୮ ସଂକ୍ରମିତଙ୍କ ମଧ୍ୟରୁ ଧାମନଗର ବ୍ଲକରୁ ୧୧ ଜଣ ଆକ୍ରାନ୍ତ ରହିଛନ୍ତି ।