ବନ୍ଦରରେ ଲାଗିଛି ଚୀନ୍‌ ଜାହାଜ, ସ୍ଥାନୀୟବାସିନ୍ଦାଙ୍କ ମଧ୍ୟରେ କୋକୂଆ ଭୟ

Published By : Prameya-News7 Bureau | March 19, 2020 IST

ଚାନ୍ଦବାଲି ୧୯।୦୩ : ସାରା ବିଶ୍ୱରେ ଏବେ କରୋନା ଭୂତାଣୁକୁ ନେଇ କୋକୂଆ ଭୟ ଲାଗି ରହିଛି । ଭାରତରେ ମଧ୍ୟ ଏହାର ପ୍ରଭାବ ପଡି ସାରିଛି। ଏଥିପାଇଁ ଦେଶବାସୀଙ୍କ ମନେରେ ଏକପ୍ରକାର  ଭୟ ବାତାବରଣ ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ଓଡିଶାରେ ଜଣେ କରୋନା ପଜେଟିଭି ଚିହ୍ନଟ ହେବା ପରେ ସାରା ରାଜ୍ୟରେ ସତର୍କତା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।  କିନ୍ତୁ ଠିକ୍ ଏହି ସମୟରେ ଧାମରା ବନ୍ଦରରେ ଦୁଇଟି ଚୀନ୍ ଜାହାଜ ଲାଗିଛି ।  ଏବଂ ଏଥିରେ ଚୀନ ନାଗରିକ ମାନେ ମଧ୍ୟ ଅଛନ୍ତି   । ଯାହାକୁ ଦେଖି  ଆତଙ୍କିତ ହୋଇପଡିଛନ୍ତି ଧାମରାବାସୀ ।

{"id":240757,"sizeSlug":"large"}

ତେବେ ଯାହାଜଟିରେ କେତେ ଜଣ ନାବିକ ଅଛନ୍ତି  ତାହା ଜଣା ପଡିନଥିବା ବେଳେ ଯାହାଜଟିରେ  ପାଇପ ଆସିଥିବା ଜଣା ପଡିଛି । ଯେହେତୁ ଚୀନରୁ ଏହି କରୋନା ଭାଇରସ ସାରା ବିଶ୍ବରେ ଅତଙ୍କ ସୃଷ୍ଟି କରିଛି । ତେଣୁ କୌଣସି  ମୁହୁର୍ତ୍ତରେ ଚୀନ ନାଗରିକଙ୍କ ଦ୍ୱାରା  ଏହି ଭାଇରସ ବ୍ୟାପି  ପରେ , ଯାହାଜକୁ  ଦେଖି ଭୟଭୀତ ହୋଇଯାଇଛନ୍ତି  ଧାମରା  ନିକଟରେ ବସବାସ  କରୁଥିବା ଲୋକେ। ଏ ସମ୍ପର୍କରେ ଧାମରା ପୋର୍ଟର ଲୋକସମ୍ପର୍କ ଅଧିକାରୀ ସୁବାଶିଷ ମିଶ୍ରଙ୍କ କହିଥିଲେ ଯେ, ଜାହାଜ  ଚିତାଗନରୁ ଆସିଛି ହେଲେ ଜାହାଜର ନାଗରିକ ମାନେ ଚାଇନା ଅଟନ୍ତି । ସେମାନେ ବହୁ ଆଗରୁ ଚୀନ୍‌ରୁ ଆସି ବିଶ୍ଵରେ ସବୁ ପୋର୍ଟରେ କାମ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.