ଭଦ୍ରକ ୦୬।୧୧ : ଧାମନଗର ଉପନିର୍ବାଚନ ଫୈସଲା । ଚାଲିଛି ଭୋଟଗଣତି । ତେବେ ୧ମ , ୨ୟ, ୩ୟ, ୪ର୍ଥ, ୫ମ, ୬ ଷଷ୍ଠ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଥିବା ବେଳେ ସପ୍ତମ ରାଉଣ୍ଡରେ ବି ଆଗରେ ରହିଛନ୍ତି । ପ୍ରଥମ ରାଉଣ୍ଡରୁ ହିଁ ନିଜର ଦବ୍ଦବା ଜାରି ରଖିଛନ୍ତି ବିଜେପି ପ୍ରାର୍ଥୀ । ସପ୍ତମ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୫୨୦୦ ଖଣ୍ଡ ଭୋଟରେ ଆଗୁଆ ରହିଛି । ତା ପଛକୁ କଡ଼ା ଟକ୍କର ଦେଉଛନ୍ତି ବିଜେଡି ପ୍ରାର୍ଥୀ । ଅତି ଶୋଚନୀୟ ସ୍ଥିତିରେ କଂଗ୍ରେସ ।
ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ୩୧୧୦୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୨୫୯୦୮ ଭୋଟ ପାଇଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀ ୧୦୦୭ ଏବଂ ଅନ୍ୟାନ୍ୟ ୪୯୭୩ ଭୋଟ ପାଇଛନ୍ତି । ଭୋଟ ୧୪ଟି ଟେବୁଲରେ ଚାଲିଛି ଭୋଟ ଗଣତି ।