ଧାମନଗର କାହାର ? ପ୍ରାରମ୍ଭିକ ପର୍ଯ୍ୟାୟ ଗଣତିରେ ବିଜେପି ପ୍ରାର୍ଥୀ ଆଗୁଆ

Published By : Prameya-News7 Bureau | November 06, 2022 IST

ଭଦ୍ରକ ୦୬।୧୧: ସୁପର ସଣ୍ଡେରେ ସୁପର ଫୈସଲା । ଧାମନଗରବାସୀ ବାଛିବେ ନିଜ ନେତା । ତେବେ କିଏ ହାତେଇବ ବିଧାୟକ ଆସନ ? କାହା ମୁଣ୍ଡରେ ହାତୀ ଢାଳିବ ସୁନାକଳ ? । ଏପରି ଅନେକ ପ୍ରଶ୍ନ ଉଙ୍କି ମାରିଥିବା ବେଳେ ଭୋଟ ଗଣତି ଆରମ୍ଭ ହୋଇଛି ।ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ  ସୂର୍ଯ୍ୟବଂଶୀ ସୁରଜ ଆଗରେ ଥିବା ଜଣାପଡିଛି ।

ବର୍ତ୍ତମାନ ସୁଦ୍ଧା ଭୋଟ ଗଣତିରେ ବିଜେପି ପ୍ରାର୍ଥୀ ୪୭୪୯ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୩୯୮୦ ଖଣ୍ଡ ଭୋଟ । ସେହିପରି କଂଗ୍ରେସ ପ୍ରାର୍ଥୀ ୨୧୬ ଖଣ୍ଡ ଭୋଟ ପାଇଥିବା ବେଳେ ଅନ୍ୟାନ୍ୟ ୪୦୦ ଖଣ୍ଡ ଭୋଟ ପାଇଛନ୍ତି । ଆଗାମୀ ରାଉଣ୍ଡରେ ସଂଖ୍ୟା ବେଶ୍‌ ମଜାଦାର ହେବ ବୋଲି ଅନୁମାନ କରାଯାଉଛୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.