ଧାମନଗର ଉପନିର୍ବାଚନ : ଭୋଟିଂ ଏଜେଣ୍ଟଙ୍କୁ ମାଡ଼, ଥାନାରେ ଏତଲା

Published By : Prameya-News7 Bureau | November 03, 2022 IST

ଭଦ୍ରକ ୦୩।୧୧: ଭୋଟିଂକୁ ନେଇ ଏଜେଣ୍ଟଙ୍କୁ ମାଡ଼ । ଭାଇ ଓ ଭାଉଜଙ୍କୁ ମଧ୍ୟ ସଂଘବଦ୍ଧ ଭାବେ ଆକ୍ରମଣ ନେଇ ଧାମନଗର ଥାନାରେ ଏତଲା । ରାମେଶ୍ୱରପୁର ୧୭୦ ନମ୍ବର ବୁଥ୍‌ରେ ଏପରି ଘଟଣା ଘଟିଛି । ଏଜେଣ୍ଟ ଜଗବନ୍ଧୁ ନାୟକ ଧାମନଗର ଥାନାରେ ଲିଖିତ ଭାବେ ଏତଲା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁରୁବାର ଭଦ୍ରକ ଧାମନଗର ଆସନରେ ଉପନିର୍ବାଚନ ପାଇଁ ମତଦାନ ହେଉଛି । ଉପନିର୍ବାଚନରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗିମୋଟ ୯୯୭ ଜଣ ପୁଲିସ କର୍ମଚାରୀ ମଧ୍ୟ ବିଭିନ୍ନ ମତଦାନ କେନ୍ଦ୍ରରେ ରହିଛନ୍ତି। ସେହିଭଳି ୪ କମ୍ପାନୀ CRPF, ୨୪ଟି ମୋବାଇଲ୍ ପାର୍ଟି, ୨୨ ପ୍ଲାଟୁନ୍ ଷ୍ଟେଟ୍ ଆର୍ମଡ୍ ଫୋର୍ସ, ୩୦ଜଣ ସେକ୍ଟର ଅଧିକାରୀ, ୯ ସେକ୍ଟର ମାଜିଷ୍ଟ୍ରେଟ୍, ୧୦୦ଜଣ ସବ୍ଇନ୍ସପେକ୍ଟର ଓ ଇନ୍ସପେକ୍ଟର, ୨ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ୬ ଡିଏସପି ମୃତୟନ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୧୦ଟି ଉତ୍ତେଜନାପ୍ରବଣ ବୁଥ୍ ଓ ୨୫ଟି ଅତି ଉତ୍ତେଜନାପ୍ରବଣ ବୁଥ୍ ରେ ସଶସ୍ତ୍ର ବଳଙ୍କୁ ମୁତୟନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.