ଧାମନଗର ଉପନିର୍ବାଚନ, ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ

Published By : Prameya-News7 Bureau | November 03, 2022 IST

ଭୁବନେଶ୍ୱର ୦୩।୧୧: ଧାମନଗର ଉପନିର୍ବାଚନ । ସୁରୁଖୁରୁରେ ଚାଲିଛି ମତଦାନ । ସକାଳ ୧୧ ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ ହୋଇଛି । ଏହାପୂର୍ବରୁ ସକାଳ ୯ଟା ସୁଦ୍ଧା ୧୦.୨୫ ମତଦାନ ହୋଇଥିଲା । ତେବେ ଦିନ ବଢିବା ସହ ଭୋଟଦାନର ପ୍ରତିଶତ ମଧ୍ୟ ବଢିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ସୂଚନାଯୋଗ୍ୟ ଯେ, ଧାମନଗର ଉପନିର୍ବାଚନ ଲାଗି ବ୍ୟାପକ ପ୍ରସ୍ତୁତି ହୋଇଛି। ବୁଥର ୧୦୦ମିଟର ଭିତରେ ବିଶୃଙ୍ଖଳାକାରୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉପନିର୍ବାଚନରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗିମୋଟ ୯୯୭ ଜଣ ପୁଲିସ କର୍ମଚାରୀ ମଧ୍ୟ ବିଭିନ୍ନ ମତଦାନ କେନ୍ଦ୍ରରେ ରହିଛନ୍ତି। ସେହିଭଳି ୪ କମ୍ପାନୀ CRPF, ୨୪ଟି ମୋବାଇଲ୍ ପାର୍ଟି, ୨୨ ପ୍ଲାଟୁନ୍ ଷ୍ଟେଟ୍ ଆର୍ମଡ୍ ଫୋର୍ସ, ୩୦ଜଣ ସେକ୍ଟର ଅଧିକାରୀ, ୯ ସେକ୍ଟର ମାଜିଷ୍ଟ୍ରେଟ୍, ୧୦୦ଜଣ ସବ୍ଇନ୍ସପେକ୍ଟର ଓ ଇନ୍ସପେକ୍ଟର, ୨ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ୬ ଡିଏସପି ମୃତୟନ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୧୦ଟି ଉତ୍ତେଜନାପ୍ରବଣ ବୁଥ୍ ଓ ୨୫ଟି ଅତି ଉତ୍ତେଜନାପ୍ରବଣ ବୁଥ୍ ରେ ସଶସ୍ତ୍ର ବଳଙ୍କୁ ମୁତୟନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.