ରବିବାର ଧାମନଗର ରେଜଲ୍ଟ : ସକାଳ ୮ଟାରୁ ଗଣତି, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

Published By : Prameya-News7 Bureau | November 05, 2022 IST

ଭୁବନେଶ୍ୱର ୦୫।୧୧: ରବିବାର ଧାମନଗର ରେଜଲ୍ଟ । ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ,  ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି। ୧୮ ରାଉଣ୍ଡରେ ଭୋଟ ଗଣତି ହେବ। ପ୍ରଥମେ ୮ଟାରୁ ସାଢ଼େ ୮ଟା ପୋଷ୍ଟଲ ବାଲାଟ ଗଣତି ହେବ।ଭଦ୍ରକ ସଂସ୍କୃତି ଭାବନରେ ଭୋଟ ଗଣତି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।

ସେହିପରି ଭୋଟ ଗଣତି ପାଇଁ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଥମ ସ୍ତରରେ ଅର୍ଦ୍ଧସାମରିକ ବଳ, ଦ୍ଵିତୀୟ ସ୍ତରରେ ଓଡିଶା ପୋଲିସ ସୁରକ୍ଷା ବଳ ,  ତୃତୀୟ ସ୍ତରରେ ଓଡିଶା ପୋଲିସ ଜଗିବେ। କାଉଣ୍ଟି ପାଇଁ ପ୍ରତି ଟେବୁଲ ଗଣତି ଲାଗି ଜଣେ ସୁପରଭାଇଜର ରହିବେ । ଏହାସହିତ ଜଣେ ଆସିଷ୍ଟାଣ୍ଡ ସୁପର ଭାଇଜର ଏବଂ ଆଉ ଜଣେ ମାଇକ୍ରୋ ଅବଜରଭର  ରହିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.