ଥମୁନି ଧଳାଜହର କାରବାର, କୋଟିଏରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ

Published By : Prameya-News7 Bureau | July 27, 2022 IST

ଭୁବନେଶ୍ୱର ୨୭।୦୭ : ଥମୁନି ଧଳାଜହର ବେପାର । ପୁଣି ଜବତ ହେଲା କୋଟିଏରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ । ଏହାସହିତ ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ । ଶେଖ୍‌ ମେଜୁ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏନେଇ ଏସ୍‌ଟିଏପ୍‌ ଡିଆଇଜି ଜୟ ନାରାୟଣ ପଙ୍କଜ ସୂଚନା ଦେଇଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବ୍ରାଉନ୍‌ସୁଗାର କାରବାର ନେଇ ଏସ୍‌ଟିଏଫ୍‌କୁ ଗୁଇନ୍ଦା ସୂଚନା ମିଳିଥିଲା । ଏହିକ୍ରମରେ ବାଲେଶ୍ୱର ସହଦେବଖୁଣ୍ଟା ଅରଡବଜାରରେ ଚଢାଉ କରିଥିଲା ଏସ୍‌ଟିଏଫ୍‌ । ତେବେ ଏହି ଚଢାଉରେ ବ୍ରାଉନ୍‌ସୁଗାର କାରବାର୍‌ ଅଭିଯୋଗରେ ଶେଖ୍‌ ମେଜୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ତା ନିକଟରୁ ୧ କେଜି ୫୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ହେବ ବୋଲି ଜଣାପଡିଛି । ଏହାସହ ଶେକ୍‌ ମେଜୁ ନିକଟରୁ ନଗଦ ୨୮ ହଜାର ୧୦୦ ଟଙ୍କା ଜବତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.