ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ

Published By : Prameya-News7 Bureau | December 03, 2020 IST

ଭୁବନେଶ୍ୱର ୦୩।୧୨: ଭୁବନେଶ୍ବରରୁ ପୁଣି ବ୍ରାଉନସୁଗାର ଜବତ। ଚନ୍ଦ୍ରଶେଖରପୁର ପଟିଆ ଅଞ୍ଚଳରୁ ୭ ଗ୍ରାମ ବ୍ରାଉନସୁଗାର ଜବତ ସହ ୪ ଜଣଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ ।

{"id":371707,"sizeSlug":"large"}

ପଟିଆ ଷ୍ଟେସନ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ବ୍ରାଉନସୁଗାର କାରବାର ହେଉଥିବା ପୋଲିସକୁ ସୂଚନା ମିଳିଥିଲା । ଗତକାଲି ରାତିରେ ସ୍ଥାନୀୟ ଅଞ୍ଚଳରେ ଚଢାଉ କରି ୭ ଗ୍ରାମ ବ୍ରାଉନ ସୁଗାର ସହ ନଗଦ ୪୭ ହଜାର ଟଙ୍କା, ୭ଟି ମୋବାଇଲ୍ ଫୋନ୍ ଏବଂ ଗୋଟିଏ ମାରୁତି ସୁଜୁକି କାର ଜବତ କରିଛି ପୋଲିସ । ଗିରଫ ୭ ଜଣଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ବ୍ରାଉନସୁଗାର କାରବାର ଅଭିଯୋଗରେ ଏମାନଙ୍କୁ ଗିରଫ କରିବା ସହ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ଇନଫୋସିଟି ଥାନା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.