Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଜଳେଶ୍ୱରରୁ ପୁଣି ବ୍ରାଉନ ସୁଗାର ଜବତ, ଜଣେ ମହିଳା ଅଟକ

24/08/2021 at 7:32 AM

ଜଳେଶ୍ୱର ୨୪।୦୮: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ପୁଣି ବ୍ରାଉନ ସୁଗାର ଜବତ  । ରାଜପୁର ବସ୍ତିରେ ଚଢ଼ାଉ କରି ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଏଥିସହିତ ବ୍ରାଉନସୁଗାର କାରବାର ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖିଛି ପୋଲିସ । ମହିଳା ଜଣକ ହେଲେ ସେକ ସରିଫଙ୍କ ସ୍ତ୍ରୀ ଜୟୀଗୁନ ବିବି ।

ଖବର ଅନୁଯାୟୀ,  ଗତକାଲି ରାତି ୧୦ଟାରେ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ରାଜପୁର ବସ୍ତି ସେକ ସରିଫଙ୍କ ଘର ଉପରେ ଚଢ଼ାଉ କରିଥିଲା । ଚଢାଉ ସମୟରେ ଆଇଆଇସି ପ୍ରଜ୍ଞା ମହାନ୍ତି ସହିତ ୨୦ ଜଣିଆ ଟିମ ଉପସ୍ଥିତ ଥିଲେ । ପାଖାପାଖି ୫ଶହ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ଜବତ କରିବା ସହ ସହିତ ବ୍ରାଉନ ସୁଗାର ପ୍ୟାକିଙ୍ଗରେ ବ୍ୟବହୃତ ରଙ୍ଗୀନ କାଗଜ ଜବତ କରିଛି । ଜବତ ବ୍ରାଉନ ସୁଗାରର ବଜାରର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।  ଅଭିଯୁକ୍ତ ମହିଳାକୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

   Related Posts