ରାଜଧାନୀରୁ ପୁଣି ଧଳା ଜହର ଜବତ, ୩ ଗିରଫ

Published By : Prameya-News7 Bureau | October 03, 2020 IST

ଭୁବନେଶ୍ୱର ୦୩।୧୦: ବିଭିନ୍ନ କଟକଣା ସତ୍ତ୍ୱେ ବି ରାଜଧାନୀ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଚାଲିଛି ଧଳା ଜହର କାରବାର । ପୋଲିସ ପକ୍ଷରୁ କଡ଼ା ଚେକିଂ ପରେ ବି ଚାଲିଛି ଏହି ଚୋରା କାରବାର । ଏହିପ୍ରରିପେକ୍ଷୀରେ ରାଜଧାନୀ ନିକଟରୁ ପୁଣି ଧଳା ଜହର ଜବତ ହୋଇଛି । କମିଶନରେଟ ପୋଲିସର କୁଏଟି ଓ ବାଲିଅନ୍ତା ପୋଲିସର ମିଳିତ ଅପରେସନରେ ଧରାପଡିଛନ୍ତି ୩ଜଣ ଧଳାଜହର ବେପାରୀ ।

{"id":338064,"sizeSlug":"large"}

ବ୍ରାଉନ୍ ସୁଗାର ବେପାରୀଙ୍କୁ ପିଛା କରି ଭୁବନେଶ୍ଵର ୧୬ ନମ୍ବର ଜାତୀୟ ରାଜପଥ ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧିନ ହସଂପାଳ ଛକ ପୁରୀ ମୁଖ୍ୟ କେନାଲ୍‌ ନିକଟରୁ କାବୁ କରିଛି ପୋଲିସ୍ । ତେବେ ଗିରଫ ହୋଇଥିବା ତିନି ବେପାରୀଙ୍କ ନିକଟରୁ ୩୨୦ ଗ୍ରାମ୍ ବ୍ରାଉନ୍ ସୁଗାର,୫୫ ହଜାର ଟଙ୍କା, ଦୁଇ ବାଇକ୍ ସହ ତିନୋଟି ମୋବାଇଲ୍ ଜବତ ହୋଇଛି ।

{"id":338066,"sizeSlug":"large"}

ଜବତ ହୋଇଥିବା ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ୩୫ଲକ୍ଷ ଟଙ୍କାରୁ ଅଧିକ ହେବ । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଜଳେଶ୍ଵର ଅଂଚଳର ସେଖ୍ ସାପୁ, ରାଜା ନାୟକ ଏବଂ ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଜଗନ୍ନାଥପୁରର ବାପି ନାୟକ ବୋଲି ଜଣାପଡିଛି ।

{"id":338068,"sizeSlug":"large"}

ଏହି ତିନି ଜଣ ବିଭିନ୍ନ ଅଂଚଳରେ ବ୍ରାଉନ୍ ସୁଗାର କାରବାର୍‌ କରି ଆସୁଥିଲେ । ଏମାନଙ୍କ ଚେର ଜଳେଶ୍ଵର ରୁ ଭୁବନେଶ୍ଵକୁ ଲମ୍ବିଥିବା ଅନୁମାନ ମଧ୍ୟ କରାଯାଉଛି । କୌଣସି ସୂତ୍ରରୁ ଖବର ପାଇ ତିନି ବେପାରୀଙ୍କୁ ପିଛା କରି ସକାଳ ୮ଟା ସମୟରେ କାବୁ କରିଥିଲା QAT ଏବଂ ବାଲିଅନ୍ତା ପୋଲିସ୍ । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.