ଗ୍ରାହକ ସାଜି ଚଢାଉ କଲା ଅବକାରୀ ବିଭାଗ, ଜବତ ହେଲା ୧୨ ଲକ୍ଷ ଟଙ୍କାର ବ୍ରାଉନ୍‌ସୁାଗର

Published By : Prameya-News7 Bureau | July 06, 2022 IST

ବ୍ରହ୍ମପୁର ୦୬।୦୭ : ଥମୁନି ଧଳାଜହର କାରବାର । ଅବକାରୀ ବିଭାଗ ହାତରେ ଧରାପଡିଲେ ବ୍ରାଉନ୍‌ସୁଗାର ବେପାରୀ । ତାଙ୍କ ନିକଟରୁ ୧୧୨ ଗ୍ରାମର ବ୍ରାଉନ୍‌ସୁଗାର ଜବତ ହୋଇଛି । ଯାହାର ମୁଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଖବର ଅନୁଯାୟୀ, ଗତ କିଛି ଦିନ ହେଲା ବ୍ରାଉନ୍‌ସୁଗାର କାରବାର ନେଇ ଅବକାରୀ ବିଭାଗ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଅବକାରୀ ବିଭାଗ ଏକ ଗୁଇନ୍ଦା ଟିମ୍‌ କରି ଗୋଦାବରୀଶ ନଗରରେ ସଜାଗ ରହିଥିଲା । ଗ୍ରାହକ ସାଜି  ବେପାରୀଙ୍କ  ନିକଟରୁ ବ୍ରାଉନ୍‌ସୁାଗର କିଣିବା ବେଳେ ଧରିଥିଲା ଅବକାରୀ ବିଭାଗ । ଏହାସହ ବେପାରୀ ନିକଟରୁ ୧୧୨ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହାସହିତ ବ୍ରାଉନ୍‌ସୁଗାର ବେପାରୀଙ୍କୁ ବାନ୍ଧିଲା ଅବକାରୀ ବିଭାଗ । ତବେ ଗତ ୨୦ ଦିନ ଧରି ଅପେରସନ କରୁଥିଲା ଅବକାରୀ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.