ହସିନାଙ୍କୁ ଫେରାଇ ଆଣିବାକୁ ଅନ୍ତରୀଣ ସରକାର ରଖିଲେ ସର୍ତ୍ତ, କହିଲେ- ଆମେ ଶତ୍ରୁତା ଚାହୁଁନୁ

Published By : Prameya-News7 Bureau | August 12, 2024 IST

HT

ନୂଆଦିଲ୍ଲୀଆଇନ ମନ୍ତ୍ରଣାଳୟ ଅନୁରୋଧ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯିବ। ଏହା କହିଛନ୍ତି ବାଂଲାଦେଶର ଅନ୍ତରୀଣ ସରକାର। ନୋବେଲ ବିଜେତା ମହମ୍ମଦ ୟୁନୁସ ବାଂଲାଦେଶର ନୂତନ ଅନ୍ତରୀଣ ସରକାରର ମୁଖ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି। ଶେଖ ହସିନା ଦେଶ ଛାଡ଼ି ଚାଲିଯିବା ପରେ ବାଂଲାଦେଶରେ ଗଠନ କରାଯାଇଛି ଅନ୍ତରୀଣ ସରକାର। 

ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତାହିଦ୍ ହୋସେନ୍ କହିଛନ୍ତି ଏହା ଜରୁରୀ ଯେ ଲୋକମାନେ ଅନୁଭବ କରିବା ଉଚିତ ଯେ ଭାରତ ବାଂଲାଦେଶର ଜଣେ ଭଲ ବନ୍ଧୁ। ଆମେ ଏହା ଚାହୁଁ, ଢାକା ଏବଂ ଦିଲ୍ଲୀ ମଧ୍ୟରେ ଥିବା ସମ୍ପର୍କକୁ ସେହି ଦିଗକୁ ନେବାକୁ ଚାହୁଁଛୁ। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଚାହୁଁଛନ୍ତି ଯେ ଏହି ପ୍ରସଙ୍ଗରେ ଭାରତ ସହଯୋଗ କରନ୍ତୁ। ଆଇନ ମନ୍ତ୍ରଣାଳୟ ଅନୁରୋଧ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫେରାଇ ଆଣିବା ପାଇଁ ସେ ପଦକ୍ଷେପ ନେବେ। 

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ବର୍ତ୍ତମାନ ଭାରତରେ ରହୁଛନ୍ତି। ନିକଟରେ ସେ ଆମେରିକାରୁ ତାଙ୍କୁ କ୍ଷମତାରୁ ହଟାଇବାରେ ଏକ ଭୂମିକା ଗ୍ରହଣ କରିଥିବା ଅଭିଯୋଗ କରିଥିଲେ। 

ଏହାକୁ ନେଇ ତାହିଦ୍ ହୁସେନ୍ କହିଛନ୍ତି, "ଆମର ନୀତି ହେଉଛି ଆମର ଜାତୀୟ ସ୍ୱାର୍ଥ ରକ୍ଷା କରିବା। ସମସ୍ତ ଦେଶ ସହ ଭଲ ସମ୍ପର୍କ ବଜାୟ ରଖିବା। ଆମେ ସମସ୍ତଙ୍କ ସହ ବନ୍ଧୁତା ରକ୍ଷା କରୁ ଏବଂ କାହା ସହିତ ଶତ୍ରୁତା ଚାହୁଁ ନାହୁଁ। ଆମର ଲକ୍ଷ୍ୟ ହେଉଛି ସନ୍ତୁଳିତ ସମ୍ପର୍କ ପ୍ରତିଷ୍ଠା କରିବା।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.