ବାଂଲାଦେଶରେ ଭୟାବହ ଅଗ୍ନିକାଣ୍ଡ: ୪୩ ମୃତ, ଅନେକ ଆହତ

Published By : Prameya-News7 Bureau | March 01, 2024 IST

ନୂଆଦିଲ୍ଲୀ ୦୧।୦୩: ଗୁରୁବାର ଅର୍ଥାତ୍‌ ଗତକାଲି ରାତିରେ ବାଂଲାଦେଶର ରାଜଧାନୀରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାଂଲାଦେଶର ରାଜଧାନୀ ଢାକାସ୍ଥିତ ଏକ ସାତ ମହଲା ବିଶିଷ୍ଟ କୋଠାରେ ଅଗ୍ନିକାଣ୍ଡ ହୋଇଛି । ଏହି ଦୁର୍ଘଟଣାରେ ଅତି କମରେ ୪୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି। କୁହାଯାଉଛି କି ଆହତଙ୍କ ଅବସ୍ଥା ଗୁରୁତର ରହିଛି।

{"id":915508,"width":693,"height":520,"sizeSlug":"full","linkDestination":"none"}

ବାଂଲାଦେଶ ଅଗ୍ନିଶମ ସେବା ଅଧିକାରୀଙ୍କ କହିବାନୁସାରେ, ଗୁରୁବାର ରାତି ପ୍ରାୟ ୯.୫୦ ବେଳେ ବିଲ୍ଡିଂର ପ୍ରଥମ ମହଲାରେ ଥିବା ଏକ ରେଷ୍ଟୁରାଣ୍ଟରେ ନିଆଁ ଲାଗିଯାଇଥିଲା । ଏହା ପରେ ଖୁବ୍‌ ଶୀଘ୍ର ଉପର ମହଲାକୁ ନିଆଁ ମାଡି ଯାଇଥିଲା । ଯେଉଁଠାରେ ଅନେକ ରେଷ୍ଟୁରାଣ୍ଟ ଏବଂ ଏକ ଡ୍ରେସ୍‌ ଦୋକାନ ଥିଲା । ସେ କହିଛନ୍ତି ଯେ ସାତ ମହଲା କୋଠାରୁ ୭୫ ଜଣ ଲୋକଙ୍କୁ ବାହାରକୁ ନିଆଯାଇଥିଲା, ସେଥିମଧ୍ୟରୁ ୪୨ ଜଣ ଚେତାଶୂନ୍ୟ ଥିଲେ। ଅଧିକାରୀ କହିଛନ୍ତି ଯେ ସେଠାରେ ୧୩ ଟି ଅଗ୍ନିଶମ ସେବା ନିୟୋଜିତ କରାଯାଇଥିଲା।

बांग्लादेश में भीषण हादसा, इमारत में आग लगने के कारण 43 लोगों की मौत, कई  लोग घायल - India TV Hindi

ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଢାକା ମେଡିକାଲରେ ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶେଖ ହସିନା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବର୍ନ ଆଣ୍ଡ ପ୍ଲାଷ୍ଟିକ୍ ସର୍ଜରୀରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ୨୨ ଜଣଙ୍କର ଚିକିତ୍ସା ଜାରି ରହିଛି । କାହିଁକି ନା ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ହେଲେ ଡାକ୍ତରମାନେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା ରହିଛି। ତେବେ ନିଆଁ କେମିତି ଏବଂ କିପରି ଲାଗିଲା ତାହା ଜଣାପଡି ନାହିଁ ।

wp:embed {"url":"https://www.prameyanews7.com/brainstorming-on-bjp-candidates-went-on-throughout-the-night-the-first-list-of-candidates-may-come-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/brainstorming-on-bjp-candidates-went-on-throughout-the-night-the-first-list-of-candidates-may-come-today/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.