ଆଜିଠୁ ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଧାଡି ଦର୍ଶନ ଆରମ୍ଭ

Published By : Prameya-News7 Bureau | October 01, 2018 IST

ପୁରୀ ୧|୧୦: ଆଜି ଶ୍ରୀମନ୍ଦିରରେ ଧାଡି ଦର୍ଶନ ଆରମ୍ଭ ହୋଇଛି । ସିଂହଦ୍ବାରରୁ ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ତେବେ ଆରମ୍ଭରୁ ଏଥିରେ କିଛି ବିଶୃଙ୍ଖଳା ଦେଖାଦେଇଥିଲା । କିଛି ଭକ୍ତ ଧାଡି ମାନିନଥିଲେ । ଆଜି ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି । ଏହା ସବୁଦିନିଆ କରାଯିବନି । ସପ୍ତାହକୁ ଗୋଟିଏ ଦିନ କରାଯିବ । କାର୍ତ୍ତିକ ମାସ ପରେ ଏହାକୁ ସବୁ ଦିନିଆ କରାଯିବ । ଧାଡି ଦର୍ଶନ ପାଇଁ ବାଇଶିପାହାଚଠାରୁ କୀର୍ତ୍ତନ ଚକଡ଼ା ପର୍ଯ୍ୟନ୍ତ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଶ୍ରୀଜୀଉଙ୍କୁ ଦର୍ଶନ ସାରି ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନ କରୁଛନ୍ତି ଶ୍ରଦ୍ଧାଳୁ । ଆଜିଠାରୁ ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧାଡି ଦର୍ଶନ ବ୍ୟବସ୍ଥା ହୋଇଛି । ଧାଡ଼ି ଦର୍ଶନ ବ୍ୟବସ୍ଥାରେ କଣ ତ୍ରୁଟି ବିଚ୍ୟୁତି ହେଉଛି ଏବଂ ବ୍ୟବସ୍ଥାକୁ କିଭଳି ଅଧିକ ଶୃଙ୍ଖଳିତ କରାଯାଇପାରିବ ତାହା ମଧ୍ୟ ଅନୁଧ୍ୟାନ କରାଯାଇ ସେଥିରେ ସୁଧାର ଅଣାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.