ଦୁର୍ବଳ ହେଉଛି ସର୍ବବୃହତ ଝୁଲାପୋଲ : ଦିନକୁ ଦିନ ହ୍ରାସ ପାଉଛି ଏହାର ଧାରଣ କ୍ଷମତା

Published By : Prameya-News7 Bureau | November 02, 2019 IST

କଟକ ୨/୧୧: ଦୁର୍ବଳ ହେଉଛି ଏସିଆ ମହାଦେଶର ସର୍ବବୃହତ ଝୁଲା ପୋଲ। ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲର ଧାରଣ କ୍ଷମତା ଦିନକୁ ଦିନ କମିବାରେ ଲାଗିଛି। ପୀଠରେ ବର୍ଷ ସାରା ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବା ବେଳେ ପୀଠକୁ ସଂଯୋଗ କରିବାକୁ ପ୍ରସ୍ତାବିତ କଂକ୍ରିଟ ପୋଲ ଆରମ୍ଭ ହୋଇୁପାରୁନି । ତେବେ ବାବା ଧବଳେଶ୍ଵରଙ୍କ ପ୍ରସିଦ୍ଧ ପର୍ବ ବଡ଼ଓଷା ଓ ପଞ୍ଚୁକରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ତେଣୁ ଭିଡ଼ ନିୟନ୍ତ୍ରଣ କରିବା ପ୍ରଶାସନ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।

{"id":178192}

ଦୃର୍ବଳ ହେଉଛି ଝୁଲାପୋଲ ।ଦିନକୁ ଦିନ ହ୍ରାସ ପାଉଛି ଏହାର ଧାରଣ କ୍ଷମତା । ଆମେ କହୁଛୁ ପ୍ରସିଦ୍ଧ ଆଠଗଡ ଧବଳେଶ୍ବର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲ କଥା । ପୀଠରେ ବର୍ଷ ସାରା ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ଆଉ ଏହି ଝୁଲା ପୋଲ ଉପରେ ସମସ୍ତେ ନିର୍ଭର କରନ୍ତି ।ହେଲେ ଏହାର ରକ୍ଷାଣବେକ୍ଷଣ ଅଭାରୁ ଏହା ଦୁର୍ବଳ ହେଉଥିବା ଜଣାପଡିଛି ।୨୦୦୬ ମସିହାରେ ଏହି ପୋଲ ଉଦଘାଟିତ ହୋଇଥିଲା ଆରମ୍ଭରୁ ଏହାର ଧାରଣ କ୍ଷମତା ହଜାରେ ରହିଥିଲା । ଧୀରେ ଧୀରେ ଧାରଣ ସଂଖ୍ୟା ୮୦୦ ଏବଂ ୭୦୦ ଖସିଆସିଥିବା ବେଳେ ବର୍ତ୍ତମାନ ଏକକାଳୀନ ୫୦୦ ଶ୍ରଦ୍ଧାଳୁ ଯାଆସ କରିପାରୁଛନ୍ତି । ଯାହାକୁ ନେଇ ଲେକଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ।ତେଣୁ ଧବଳେଶ୍ବର ପୀଠକୁ କଂକ୍ରିଟ ପୋଲ ନିର୍ମାଣ ହେଲେ ସୁବିଧା ହେବ ବୋଲି କୁହାଯାଉଛି ।

{"id":178193}

କଟକ ବିଡାନାସୀ ପଟୁ ନୂଆପାଟଣାକୁ ମଧୁସୂଦନ ସେତୁ ନିର୍ମାଣ ଏବଂ ଡଙ୍ଗା ସେବା ବନ୍ଦ ପରେ ଏହି ଝୁଲା ପୋଲ ଏକମାତ୍ର ସାହାଭରସା ।ଏହି ସମୟରେ ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ନାକେଦମ ହେବାକୁ ପଡୁଛି । ସେଥିପାଇଁ ୨୦୧୮ ଫେବୃଆରୀରେ ମହାନଦୀ ଭିତରେ ଏକ କଂକ୍ରିଟ ପୋଲ ନିର୍ମାଣ ପାଇଁ ଶୁଭ ମଧ୍ୟ ଦିଆଗଲା। ହେଲେ ଶୁଭ ଦେବାକୁ ଦୁଇ ବର୍ଷ ପୁରିବାକୁ ବସିଲାଣି। ହେଲେ ଏଥିରେ କିଛି ବୈଷୟିକ ତୃଟି ଥିବାରୁ କାମ ଆରମ୍ଭ ହେବାକୁ ବିଳମ୍ବ ହେଉଥିବା ଥିବା ଆଠଗଡ଼ ବିଧାୟକ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ।

{"id":178194}

ବିଶେଷ କରି କାର୍ତ୍ତିକ ମାସ ବଡ଼ଓଷା ଓ ପଞ୍ଚୁକରେ ଧବଳେଶ୍ବଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଥାଏ । କିନ୍ତୁ ଝୁଲା ପୋଲ ଦୁର୍ବଳ ହୋଇଥିବାରୁ ଭିଡ଼ ନିୟନ୍ତ୍ରଣ ପ୍ରଶାସନ ପାଇଁ  ସବୁଠୁ ବଡ଼ ଚାଲେଞ୍ଜ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.