ହଟିଲା କଟକଣା, ନୂଆ ବର୍ଷରେ ବାବାଙ୍କୁ ଦର୍ଶନ କରିବେ ଭକ୍ତ

Published By : Prameya-News7 Bureau | December 07, 2022 IST

ଆଠଗଡ଼ ୦୭/୧୨: ଆସନ୍ତା ଇଂରାଜୀ ନୂତନ ବର୍ଷରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରି ପାରିବେ ଭକ୍ତ ଓ ଶ୍ରଦ୍ଧାଳୁ । ମଞ୍ଚେଶ୍ୱର ଘାଟ ପଟୁ ନିର୍ମାଣ ହେବ ଅସ୍ଥାୟୀ ରାସ୍ତା । ଆସନ୍ତା ୯ ତାରିଖରୁ ହେବ ଟେଣ୍ଡର । ୧୫ ତାରିଖରୁ ଅସ୍ଥାୟୀ ରାସ୍ତା କାର୍ଯ୍ୟ ଆରମ୍ଭ ହେବ । ଏହାସହ ଡ଼ିସେମ୍ବର ୩୦ ତାରିଖରେ ଶେଷ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ନାମା ଜାରି ।

ଆସନ୍ତା ଜାନୁଆରୀ ପହିଲାରୁ ଅସ୍ଥାୟୀ ରାସ୍ତା ଯୋଗେ ପୀଠ ମଧ୍ୟକୁ ଯାଇ ପାରିବେ ଭକ୍ତ । ଗୁଜରାଟର ମୋର୍ବି ଝୁଲା ପୋଲ ଦୁର୍ଘଟଣା ପରେ ଧବଳେଶ୍ୱର ଝୁଲାପୋଲ କୁ ଅସୁରକ୍ଷିତ ଦର୍ଶାଇ ଦୀର୍ଘ ଏକ ମାସରୁ ଅଧିକ ଧରି ବନ୍ଦ ରହିଛି ସାଧାରଣ ଦର୍ଶନ । ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ଵାଇଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.