scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲୁହା ରଡ୍‌ରେ ଆକ୍ରମଣ କରି ଢ଼ାବା ରୋଷେୟାଙ୍କୁ ହତ୍ୟା, ମୃତ୍ୟୁର କାରଣ ଅସ୍ପଷ୍ଟ

16/11/2023 at 11:50 AM

ରାୟଗଡ଼ା ୧୬।୧୧: ରାୟଗଡ଼ା ସହର ଉପକଣ୍ଠ ସାଇପ୍ରିୟା ନଗର ୧୦ମ ଲେନ୍‌ରେ ଜଣେ ଢାବା ରୋଷେୟାଙ୍କୁ ନିର୍ମମ ହତ୍ୟା କରାଯାଇଛି । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ବିନୟ କୁମାର ପାଳ । ତାଙ୍କ ବୟସ ୩୩ ବର୍ଷ ବୋଲି ଜଣାପଡିଛି । ତାଙ୍କ ଘର ଗୁଣପୁର ବ୍ଲକ୍ ଭୀମପୁର ଗ୍ରାମରେ । ବୁଧବାର ରାତିରେ କେହି ତାଙ୍କୁ ହତ୍ୟା କରିଛନ୍ତି । ଲୁହା ରଡ୍‌ରେ ଆକ୍ରମଣ କରି ହତ୍ୟା କରିଥିବା ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ ଯେ, ସବୁଦିନ ଭଳି ବୁଧବାର ରାତିରେ ବିନୟ ନିଜେ କାମ କରୁଥିବା ଢାବାରେ ଡ୍ୟୁଟି ସାରି ଘରକୁ ଫେରୁଥିଲେ । ସେହି ସମୟରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଏକ ଲୁହା ରଡ୍‌ରେ ଆକ୍ରମଣ କରି ତାଙ୍କୁ ହତ୍ୟା କରାଯାଇଥିଲା । ଗୁରୁବାର ସକାଳୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ଏହାପରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ । ତେବେ କିଏ ଏବଂ କାହିଁକି ଏହି ହତ୍ୟାକାଣ୍ଡ ଭିଆଇଲା ତାହା ସ୍ପଷ୍ଟ ହୋଇନାହିଁ ।

You Can Read:

   Related Posts