ଲକ୍‌ ଡାଉନ୍‌ ବେଳେ ରାଜପଥର ପ୍ରତି ୨୦ କିଲୋମିଟରରେ ଖୋଲିବ ଢାବା ଓ ଗ୍ୟାରେଜ୍‌

Published By : Prameya-News7 Bureau | March 27, 2020 IST


ଭୁବନେଶ୍ୱର ମାର୍ଚ୍ଚ୨୭ - ଲକ୍‌ ଡାଉନ୍‌ ସମୟରେ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଣ ବନ୍ଦ ହେବ ନାହିଁ । ଏଥିପାଇଁ ଟ୍ରକ ଓ ଅନ୍ୟ ମାଲ୍‌ ପରିବହନ ଗାଡି ଚଳାଚଳ କରିବ । ମାତ୍ର ଲକ୍‌ ଡାଉନ୍ ସମୟରେ ଢାବା , ଗ୍ୟାରେଜ୍‌ ଓ ଗାଡି ଯନ୍ତ୍ରାଶଂ ଦୋକାନ ବନ୍ଦ କରିଦିଆଯାଉଥିବାରୁ ମାଲ ପରିବହନ କରୁଥିବା ବିଭିନ୍ନ ଯାନବାହାନ, ଏହାର ଡ୍ରାଇଭର ଓ ହେଲପର୍‌ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏବେ ଜାତୀୟ ଓ ରାଜ୍ୟ ରାଜପଥର ପ୍ରତି ୨୦ କିଲୋମିଟର ଦୂରରେ ଢାବା , ଗ୍ୟାରେଜ୍‌ ଓ ଗାଡି ଯନ୍ତ୍ରାଂଶ ଦୋକାନ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ପତ୍ର ଲେଖିଛନ୍ତି ।

ମାଲ ଓ ଅତ୍ୟାବଶକୀୟ ସାମଗ୍ରୀ ପରିବହନ ପାଇଁ ପ୍ରତି ୨୦ କିଲୋମିଟରରେ ଯେପରି ଢାବା ଓ ଗ୍ୟାରେଜ୍‌ ଖୋଲା ରହି ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଢାବାରେ ଯେପରି ଗହଳି ନ ହେବ ଓ ମାଲ ପରିବହନ ସୁରୁଖୁରରେ ହେବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ପତ୍ରରେ ଉଲ୍ଲେଖ କରାଯାଇଛି ।

{"id":244602,"sizeSlug":"large"}

ପ୍ରତି ୨୦ କିଲୋମିଟର ଭିତରେ କେଉଁ ଢାବା ଖୋଲିବ ତାହା ଆରଟିଓ ଓ ସିଏସଓଙ୍କ ମାଧ୍ୟମରେ ଚୟନ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ଯେଭଳି କୌଣସି ମାଲ୍‌ ପରିବହନ ଗାଡିକୁ ଅଟକିବନି ତାକୁ ନିଶ୍ଚିତ କରିବାକୁ ଏସ୍‌ପିଙ୍କୁ କୁହାଯାଇଛି । ତେବେ ଏନ୍‌ଏଚ୍‌ ପାର୍ଶ୍ୱରେ ଯେଉଁ ଢାବା ଖୋଲିବ ସେଥିରେ ଯେଭଳି ଭିଡ଼ ନ ହେବ ତା ଉପରେ ନଜର ରଖିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.