LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ନକ୍ସଲ ଦମନ ପାଇଁ ଭୁବନେଶ୍ୱରରେ ଇଷ୍ଟଜୋନ ପୋଲିସର ବୈଠକ

8/06/2018 at 7:51 AM

ନକ୍ସଲ ଦମନ ପାଇଁ ତିଆରି ହେବ ବ୍ଲୁ ପ୍ରିଣ୍ଟ । ଆଜି ଭୁବନେଶ୍ବରରେ ୬ଟି ରାଜ୍ୟର ପୋଲିସ ଡିଜିଙ୍କୁ ନେଇ ହେଇଛି ବୈଠକ । ଓଡିଶା, ଛତିଶଗଡ, ଝାରଖଣ୍ଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗର ଡିଜିପିଙ୍କ ସମେତ ସିଆରପିଏଫ୍ ଡିଜି ମଧ୍ୟ ବୈଠକରେ ସାମିଲ ହୋଇଛନ୍ତି । ନକ୍ସଲ ଦମନ ଅପରେସନକୁ ଆହୁରି ଜୋରଦାର କରିବା ଲାଗି ତିଆରି ହୋଇଛି ଖାସ ରଣନୀତି । ରାଜ୍ୟ ଗୁଇନ୍ଦା ବିଭାଗ ଅଧିକାରୀ, କେନ୍ଦ୍ର ଗୃହ ବିଭାଗ ଏବଂ ବିଏସଏଫ ଅଧିକାରୀ ବୈଠକରେ ଯୋଗ ଦେଇଛନ୍ତି । ୨୦୧୭-୧୮ ରେ ଓଡିଶାରେ ଅନ୍ୟ ରାଜ୍ୟ ତୁଳନାରେ ନକ୍ସଲ କାର୍ଯ୍ୟକଳାପ କମିଛି । ୩୦ରୁ ଅଧିକ ହାର୍ଡକୋର ମାଓବାଦୀ ଏବଂ ମାଓ ସମର୍ଥକ ମିଲିସିଆ ସରକାରଙ୍କ ରିହାବିଲେସନ ସ୍କିମରେ ଆତ୍ମସମର୍ପଣ କରିଛନ୍ତି । ତେବେ ପଡୋଶୀ ରାଜ୍ୟରୁ କିଛି ନକ୍ସଲ ନେତା ଆସି ଓଡିଶାରେ ନକ୍ସଲ ଗତିବିଧି ଚଲାଇଥିବା ସୂଚନା ମିଳୁଛି । ଯାହାକୁ ଆଖିରେ ରଖି ନକ୍ସଲ ଉପଦ୍ରୁତ ଜିଲ୍ଲାରେ ବ୍ୟାପକ କୁମ୍ବିଂ ଅପରେସନ ଚାଲିଛି । ନକ୍ସଲ ନେଟୱର୍କ ଏବଂ ଗତିବିଧି ଉପରେ ନଜର ରଖିଛି ଗୁଇନ୍ଦା ବିଭାଗ । ଗତ କିଛିଦିନ ହେବ ଗୁଇନ୍ଦା ବିଭାଗକୁ ମଧ୍ୟ ବେଶ ସଫଳତା ମିଳିଛି । ଯେଉଁଥି ପାଇଁ ଗଡ଼ଚୋରେଲି ଓ ଓଡ଼ିଶା ଛତିଶଗଡ଼ ସୀମାନ୍ତରେ ଏକାଧିକ ନକ୍ସଲ ସୁରକ୍ଷା କର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି । ତେବେ ଗୋଟିଏ ରାଜ୍ୟରେ ଆକ୍ସନ ହେଲେ ଅନ୍ୟ ରାଜ୍ୟକୁ ନକ୍ସଲ ମାନେ ଖସି ଯାଉଛନ୍ତି । ଯାହା ଉପରେ ରୋକ ଲଗାଇବା ଲାଗି , ରାଜ୍ୟ ରାଜ୍ୟ ଭିତରେ ମିଳିତ ଅପରେସନ ଜରୁରୀ । ଏଥିଲାଗି ୬ଟି ରାଜ୍ୟର ପୋଲିସ ଭିତରେ ସମନ୍ବୟ ବୈଠକ ବସିଛି |

Leave a Reply

   Related Posts