ପୁରୀରେ ଡିଜିପି ସୁନୀଲ ବଂଶଲ, ପଞ୍ଚୁକରେ ପୋଲିସ ସୂଚାରୁରୂପେ ଦାୟିତ୍ବ ତୁଲାଇଥିବାରୁ ଧନ୍ୟବାଦ ଦେଲେ

Published By : Prameya-News7 Bureau | November 28, 2023 IST

ପୁରୀ ୨୮।୧୧: ପୁରୀରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ ପୁରୀ ଏସପି ଡଃ କନୱର ବିଶାଳ ସିଂ । ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

{"id":875727,"sizeSlug":"full","linkDestination":"none"}

ତେବେ ପଞ୍ଚୁକ ଅବସରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଗୁରୁତ୍ବ ଦେଇଥିଲା ପୋଲିସ ପ୍ରଶାସନ । ସୂଚାରୁରୂପେ ପୋଲିସ ବାହିନୀ ଦାୟିତ୍ବ ତୁଲାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ପୋଲିସ ମହାନିର୍ଦ୍ଦେଶକ । ଆଗାମୀ ନବବର୍ଷ ପାଇଁ ପୋଲିସ ବାହିନୀ ପ୍ରସ୍ତୁତ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ସପରିବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଡିଜିପି ସୁନୀଲ ବଂଶଲ ।‌

You Can Read :

wp:embed {"url":"https://www.prameyanews7.com/farmers-of-mahibroad-range-of-dhenkanal-district-dies-in-elephant-attack/","type":"wp-embed","providerNameSlug":"prameya-news-7"}
https://www.prameyanews7.com/farmers-of-mahibroad-range-of-dhenkanal-district-dies-in-elephant-attack/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.