ଗୋ ଫାଷ୍ଟର ଟିକେଟ୍ ବିକ୍ରି ଉପରେ ରୋକ୍, ପରିଚାଳନାରେ ବିଫଳକୁ ନେଇ କାରଣ ଦର୍ଶାଅ ନୋଟିସ୍
8/05/2023 at 4:56 PM

ନୂଆଦିଲ୍ଲୀ, ୦୮/୦୫: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଗୋ ଫାଷ୍ଟ ଏୟାରଲାଇନକୁ ତୁରନ୍ତ ଟିକେଟ୍ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ସହ ସୁରକ୍ଷିତ, କୁଶଳ ଏବଂ ବିଶ୍ବସନୀୟ ଉପାୟରେ ପରିଚାଳାନା ଜାରି ରଖିବାରେ ବିଫଳ ହୋଇଥିବାରୁ ଗୋ ଫାଷ୍ଟକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଏବଂ ୧୫ ଦିନ ମଧ୍ୟରେ ଜବାବ ରଖିବାକୁ କହିଛି।
ଏହାରି ମଧ୍ୟରେ ରାଷ୍ଟ୍ରୀୟ କମ୍ପାନୀ ଆଇନ ନ୍ୟାୟାଧିକରଣ (ଏନସିଏଲଟି) ନିକଟରେ ଯଥାଶୀଘ୍ର ଦେବାଳିଆ ସମାଧାନ ଯାଚିକା ଉପରେ ନିଷ୍ପତ୍ତି ନେବାକୁ ଅପିଲ୍ କରିଛି ଗୋ ଫାଷ୍ଟ । ଏନସିଏଲଟି ମେ ୪ ତାରିଖରେ ଗୋ ଫାଷ୍ଟର ଯାଚିକା ଉପରେ ଶୁଣାଣି ପରେ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।
ବରିଷ୍ଠ ଓକିଲ ପି ନାଗେଶ ଏନସିଏଲଟିକୁ ଯାଚିକା ଉପରେ ଯଥାଶୀଘ୍ର ନିଷ୍ପତ୍ତି ନେବାକୁ ଅନୁରୋଧ କରିଛନ୍ତି। କାରଣ ଲିଜ୍ଧାରୀମାନେ ଏୟାରଲାଇନ ସହ ବିମାନର ରେଜିଷ୍ଟେସନ ରଦ୍ଦ କରିବା ଆରମ୍ଭ କରିଛନ୍ତି। ସୂଚନାଥାଉକି, ଲିଜ୍ଧାରୀମାନେ ଏୟାରଲାଇନ୍ ସହ ବିମାନର ରେଜିଷ୍ଟେ୍ରସନ ରଦ୍ଦ କରିବା ଆରମ୍ଭ କରିଦେଇଛନ୍ତି। ଲିଜ୍ଧାରୀମାନେ ୨୦ରୁ ଅଧିକ ବିମାନର ରେଜିଷ୍ଟେ୍ରସନ ରଦ୍ଦ କରିବା ନେଇ କହିଛନ୍ତି। ଓ୍ବାଡିଆ ଗ୍ରୁପ୍ ମାଲିକାନାରେ ଥିବା ଗୋ ଫାଷ୍ଟ ଗତ ୧୭ ବର୍ଷରୁ ବିମାନ ଉଡ଼ାଣ କରୁଛି।