<strong>ଉଚ୍ଚଶ୍ରେଣୀର ଟିକେଟ୍ କାଟି ତଳ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ</strong><strong>: </strong><strong>ନୂଆ ନିୟମ ଆଣିଲା ଡିଜିସିଏ</strong>

Published By : Prameya-News7 Bureau | January 25, 2023 IST

ନୂଆଦିଲ୍ଲୀ: ବିମାନ ଯାତ୍ରାରେ ଡାଉନ୍‌ଗ୍ରେଡିଂର ଶିକାର ହେଉଥିବା ଯାତ୍ରୀଙ୍କ ପାଇଁ ଆସ୍ୱସ୍ତିର ଖବର। ଡାଉନ୍‌ଗ୍ରେଡିଂ(ଉଚ୍ଚଶ୍ରେଣିର ଟିକେଟ କାଟି ବାଧ୍ୟ ହୋଇ ତଳ ଶ୍ରେଣୀରେ ଯାତ୍ରା କରିବା)ର ଶିକାର ହେଲେ ଗ୍ରାହକଙ୍କୁ ଟଙ୍କା ଫେରାଇବ ବିମାନ ପରିଚାଳନା କମ୍ପାନୀ।

ଅନେକ ସମୟରେ ଯାତ୍ରୀମାନେ ଆରାମଦାୟକ ଯାତ୍ରା ପାଇଁ ବିମାନରେ ଉଚ୍ଚ ଶ୍ରେଣୀ(ଫାଷ୍ଟ କ୍ଲାସ୍, ବିଜ୍‌ନେସ୍ କ୍ଲାସ୍, ପ୍ରିୟମିୟମ ଇକୋନୋମି)ରେ ଟିକେଟ୍ କାଟନ୍ତି। କିନ୍ତୁ ବିମାନ କମ୍ପାନୀ ତ୍ରୁଟି ଯୋଗୁ ଯାତ୍ରୀମାନଙ୍କୁ ତଳ ଶ୍ରେଣୀ ସିଟ୍‌ରେ ବସି ଯିବାକୁ ପଡ଼ିଥାଏ। ବିମାନ କମ୍ପାନୀର ତ୍ରୁଟି ଯୋଗୁ ଯାତ୍ରୀ ସମସ୍ୟାରେ ପଡ଼ିଥାନ୍ତି। ତେଣୁ ଯାତ୍ରୀମାନଙ୍କୁ ନ୍ୟାୟ ଦେବା ପାଇଁ ବେସାମରିକ ବିମାନଚଳାଚଳ ବିଭାଗ ନୂଆ ରିମ୍ବର୍ସମେଣ୍ଟ ପଲିସି(ପରିଶୋଧନ ନୀତି)ର ଘୋଷଣା କରିଛି।

DGCA ନିଜର ସିଭିଲ ଏଭିଏସନ ରିକ୍ୟୁରମେଣ୍ଟ(ସିଏଆର୍)ର ଧାରା ୩ର ସଂଶଧୋନ କରାଯାଇଛି। ସଂଶୋଧିତ ନୂଆ ନୀତି ଅନୁସାରେ, ଯେଉଁ ଯାତ୍ରୀ ଡାଉନ୍‌ଗ୍ରେଡ୍‌ର ଶିକାର ହୋଇଥିବା ଉକ୍ତ ବିମାନ ସଂସ୍ଥା ସେମାନଙ୍କୁ ତାଙ୍କ ସିଟ୍‌ ପାଇଁ ଥିବା ବଳଙ୍କା ଟଙ୍କା ଫେରସ୍ତ କରିବେ।

ନୂଆ ପରିଷୋଧ ନିୟମ ଅନୁସାରେ,

ଘରୋଇ ବିମାନ ସେବା ବିଭାଗରେ ଟ୍ୟାକ୍ସ ସହ ୭୫ ପ୍ରତିଶତ ମୂଲ୍ୟ ଫେରସ୍ତ ପାଇଁ ନିୟମ ଥିବା ବେଳେ ଅନ୍ତର୍ଜାତୀୟ କ୍ଷେତ୍ରରେ କିନ୍ତୁ ଭିନ୍ନ ଭିନ୍ନ ନିୟମ ରହିଛି। ୧୫୦୦ କିମି କିମ୍ବା ତାଠୁ କମ୍‌ ଦୂର ଯାତ୍ରା ଥିଲେ ଯାତ୍ରୀଙ୍କୁ ଟିକେଟ୍‌ର ଟ୍ୟାକ୍ସ ସହ ୩୦ ପ୍ରତିଶତ ଫେରସ୍ତ ହେବାର ନିୟମ ରହିଛି। ସେହିପରି ୧୫୦୦ କିମିରୁ ୩୫୦୦ କିମି ଦୂର ଯାତ୍ରାରେ ଟ୍ୟାକ୍ସ ସହ ୫୦ ପ୍ରତିଶତ ଓ ୩୫୦୦ରୁ ଅଧିକ ହେଲେ ଗ୍ରାହକ ଟ୍ୟାକ୍ସ ସହ ୭୫ ପ୍ରତିଶତ ଟିକେଟ୍‌ ମୂଲ୍ୟ ଫେରସ୍ତ ପାଇବେ ବୋଲି ନୂଆ ନିୟମରେ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.