ପୂରଣ ହେଲା ଜୟପୁର ବାସିନ୍ଦାଙ୍କ ସ୍ୱପ୍ନ, ବିମାନବନ୍ଦରକୁ ଏରୋଡ୍ରମ୍‌ ଲାଇସେନ୍ସ ଦେଲା ଡିଜିସିଏ

Published By : Prameya-News7 Bureau | October 20, 2022 IST

ଜୟପୁର, ୨୦/୧୦: ସାକାର ହେଲା ଦୀର୍ଘ ବର୍ଷର ସ୍ବପ୍ନ । ଜୟପୁର ବିମାନବନ୍ଦରକୁ ମିଳିଛି ଏରୋଡ୍ରମ୍‌ ଲାଇସେନ୍ସ । ଉଡ଼ାଣ ଯୋଜନାରେ ଲାଇସେନ୍ସ ପ୍ରଦାନ କରାଯାଇଥିବା ନେଇ ସୂଚନା ଦେଇଛି ଡିଜିସିଏ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢ଼ୀ ଏନେଇ ଟୁଇଟ୍‌ କରିଛନ୍ତି । ପୂର୍ବରୁ ରାଜ୍ୟସଭାରେ ଏହି ପ୍ରସଙ୍ଗକୁ ଉଠାଇଥିଲେ ବିଜେଡି ସାଂସଦ ମାନସ ମଙ୍ଗରାଜ । କାମ ବିଳମ୍ବ ହେଉଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ । ପୂର୍ବରୁ ବିମାନ ଉଡ଼ାଣ ନେଇ ଭିତ୍ତିଭୂମି ଓ ଟ୍ରାଏଲ୍‌ ରନ୍‌ ସରିଥିଲା । ଏବେ ଡିଜିସିଏର ଅନୁମତି ପରେ ଜୟପୁରବାସୀଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇଛି । ଆଗକୁ କୋରାପୁଟ ଜିଲ୍ଲାର ବିକାଶ ଓ ପର୍ଯ୍ୟଟନ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଜୟପୁର ବିମାନ ବନ୍ଦର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.