କଳାହାଣ୍ଡିକୁ ଉଡ଼ିବ ବିମାନ, ଅନୁମତି ଦେଲା DGCA
7/08/2023 at 8:14 PM

ଭୁବନେଶ୍ବର, ୦୭/୦୮: ପୂରଣ ହେବ କଳାହାଣ୍ଡି ବାସୀଙ୍କ ସ୍ବପ୍ନ। କଳାହାଣ୍ଡିକୁ ଉଡ଼ିବ ବିମାନ। କଳାହାଣ୍ଡି ଉତ୍କେଲା ବିମାନ ବନ୍ଦରକୁ ବିମାନ ଉଡ଼ାଣ ପାଇଁ ମିଳିଲା ଅନୁମତି। ସୋମବାର ଡିଜିସିଏ ପକ୍ଷରୁ ଜାରି ବିଜ୍ଞପ୍ତିରେ କଳାହାଣ୍ଡିକୁ ଯାତ୍ରୀ ବିମାନ ଉଡ଼ାଣ ନେଇ ଅନୁମତି ଦିଆଯାଇଛି। ତେବେ ଏହି ଉଡ଼ାଣ ପାଇଁ ସମସ୍ତ ମାନଦଣ୍ଡ ଯାଞ୍ଚ ପରେ ଡଜିସିଏ ପକ୍ଷରୁ ଏହି ଅନୁମତି ମିଳିଛି।