ଭିସ୍ତାରା ଏୟାରଲାଇନ୍ ଉପରେ ୭୦ ଲକ୍ଷ ଫାଇନ୍
6/02/2023 at 3:10 PM

ନୂଆଦିଲ୍ଲୀ: ଭିସ୍ତାରା ଏୟାରଲାଇନ୍ ଉପରେ ୭୦ ଲକ୍ଷ ଫାଇନ୍। ପୂର୍ବୋତ୍ତର ଅଞ୍ଚଳ ପାଇଁ ସର୍ବନିମ୍ନ ଉଡ଼ାଣ ନିୟମର ଉଲ୍ଲଂଘନ ପାଇଁ ବିସ୍ତାରା ଉପରେ ୭୦ ଲକ୍ଷ ଫାଇନ ଲଗାଇଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ)। ଗତ ମାସ ଅକ୍ଟୋବରରେ ଏହି ଫାଇନ୍ ଲଗାଯାଇଥିବା ବେଳେ କମ୍ପାନୀ ଚଳିତ ମାସ ଏହି ଫାଇନ୍ ଭରିଛି ବୋଲି ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି।
ମିଡିଆ ରିପୋର୍ଟ ଅନୁସାରେ, ୨୦୨୨ରେ ବିସ୍ତାର ବିମାର ସିଟ୍ ଉପଲବ୍ଧତା ୦.୯୯ ପ୍ରତିଶତ ଥିଲା। ଯାହା ପୂର୍ବୋତ୍ତର ଆକାଶ ମାର୍ଗ ପାଇଁ ଧାର୍ଯ୍ୟ ସର୍ବନିମ୍ନ ଶିଟ୍ ନିୟମ ୧ ପ୍ରତିଶତକୁ ଉଲ୍ଲଂଘନ କରିଥିଲା। ଏଥିପାଇଁ ଡିଜିସିଏ କମ୍ପାନୀ ଉପରେ ଫାଇନ କରିଛି ବୋଲି ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି।
ଟାଟା ଗ୍ରୁପ ବିସ୍ତାରା ଏୟାର ଲାଇନ୍ସକୁ ଦେଶର ବିଭିନ୍ନ ସ୍ଥାନରେ ବିମାନ ସେବା ଯୋଗାଉଥିଲା। ପରେ ଏୟାର୍ ଇଣ୍ଡିଆକୁ ଅଧିଗ୍ରହଣ କରିବା ପରେ କମ୍ପାନୀ ବିସ୍ତାରା ସହ ଏୟାର ଇଣ୍ଡିଆକୁ ଯୋଡ଼ିବାକୁ ଘୋଷଣା କରିଛି। କାରଣ ଟାଟା କମ୍ପାନୀ ଏୟାର ଇଣ୍ଡିଆକୁ ଭାରତରେ ସବୁଠାରୁ ବଡ଼ ଘରୋଇ ବିମାନ ସେବା ପ୍ରଦାନକାରୀ କମ୍ପାନୀରେ ପରିଣତ କରିବାକୁ ଚାହୁଁଛି।
୨୧୮ ବିମାନ ସହ କମ୍ପାନୀ ଦେଶର ଏକ ନମ୍ବର ଘରୋଇ ବିମାନସେବା ପ୍ରଦାନକାରୀ କମ୍ପାନୀ ହେବା ସହ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଘରୋଇ କମ୍ପାନୀ ହେବାକୁ ଲକ୍ଷ୍ୟ ରଖିଥିବା କମ୍ପାନୀ କହିଛି।
ସୂଚନା ଥାଉକି, ବିଭିନ୍ନ କ୍ଷେତ୍ରରେ ସର୍ବନିମ୍ନ ଉଡ଼ାଣ ନେଇ ଏୟାରଲାଇନ୍ସ କମ୍ପାନୀଗୁଡ଼ିକୁ ସୂଚନା ଦିଆଯାଇଥାଏ। ହେଲେ ବିସ୍ତାରା ଏହି ନିୟମକୁ ଉଲ୍ଲଂଘନ କରିଥିଲା। ଏହା ପୂର୍ବରୁ ଡିଜିସିଏ ଏୟାର ଇଣ୍ଡିଆକୁ ମଧ୍ୟ ୩୦ ଲକ୍ଷ ଫାଇନ କରିଥିଲା। ବିମାନରେ ମହିଳା ଯାତ୍ରୀଙ୍କ ପ୍ରତି ଦୁର୍ବ୍ୟବହାର ଅଭିଯୋଗରେ ଏହି ଫାଇନ ଲଗାଯାଇଥିଲା।