ପୁଣି ଉଡ଼ାଣ ଭରିବ ଗୋ ଫାଷ୍ଟ, ସର୍ତ୍ତମୂଳକ ଅନୁମତି ଦେଲା DGCA
21/07/2023 at 5:34 PM

ନୂଆଦିଲ୍ଲୀ, ୨୧/୦୭: ପୁଣି ଉଡ଼ାଣ ଭରିବା ଗୋ ଫାଷ୍ଟ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ସର୍ତ୍ତ ସହ ଗୋ ଫାଷ୍ଟକୁ ଉଡ଼ାଣ ଭରିବାକୁ ଅନୁମତି ଦେଇଛି। ଏନେଇ ଡିଜିସିଏ ଗୋ ଫାଷ୍ଟ ଅଧିକାରୀଙ୍କୁ ଚିଠି ଲେଖି ସୂଚନା ଦେଇଛି। ଜୁନ୍ ୨୬ରେ ଗୋ ଫାଷ୍ଟ ଏହାର ପୁନଃ ବିମାନ ପରିଚାଳନା ଯୋଜନାର ବିସ୍ତୃତ ରିପୋର୍ଟ ଡିଜିସିଏ ନିକଟରେ ଦାଖଲ କରିଥିଲା। ଯାହାର ଅଧ୍ୟୟନ କରିବା ପରେ ନିୟାମକ ଏହାକୁ ସ୍ବୀକାର କରିଛି ଏବଂ ଗୋ ଫାଷ୍ଟ ପୁଣି ଥରେ ସର୍ତ୍ତ ସହ ବିମାନ ପରିଚାଳନା କରିବ ବୋଲି କହିଛି । ସୂଚନାଥାଉକି, ଆର୍ଥିକ ସଙ୍କଟ ପରେ ଗୋ ଫାଷ୍ଟ ନିଜକୁ ଦେବାଳିଆ ଘୋଷଣା କରିଥିଲା
ରହିଛି ଏହି ସର୍ତ୍ତ:
ତେବେ ଗୋ ଫାଷ୍ଟକୁ କିଛି ସର୍ତ୍ତ ଅନୁଯାୟୀ ଉଡ଼ାଣ ଭରିବାକୁ ଅନୁମତି ମିଳିଛି। ଯେଉଁଥିରେ, ବିମାନ କମ୍ପାନି ପାଇଁ ଏୟାର ଅପରେଟର ସାର୍ଟିଫିକେଟ ସବୁବେଳେ ରହିବା ଆବଶ୍ୟକ। ପରିଚାଳନାରେ ବ୍ୟବହାର କରାଯାଉଥିବା ଏୟାରକ୍ରାଫ୍ଟ ଉଡ଼ାଣ ଭରିବା ସ୍ଥିତିରେ ରହିଥିବା ସରକାର। ବିନା ପରୀକ୍ଷଣରେ କୌଣସି ବିମାନ ପରିଚାଳନା ନହେବା ଦରକାର। ବିମାନ ଉଡ଼ାଣ ସମୟ, ଏୟାରକ୍ରାଫ୍ଟର ସ୍ଥିତି, ପାଇଲଟ, କ୍ୟାବିନ୍ କ୍ରୁ, ଏଏମଇ ଇତ୍ୟାଦି ସୂଚନା ନିୟାମକକୁ ଦେବାକୁ ହେବ।
ଆହୁରି ପଢ଼ନ୍ତୁ: ଜୁନ୍ ଶେଷ ସୁଦ୍ଧା ପୁଣି ବିମାନ ପରିଚାଳନା ଆରମ୍ଭ କରିପାରେ ଗୋ ଫାଷ୍ଟ, ମହଙ୍ଗା ବିମାନ ସେବାରୁ ମିଳିବ ଆଶ୍ବସ୍ତି
କମ୍ପାନିରେ କୌଣସି ବଡ଼ ପରିବର୍ତ୍ତନ ହେଲେ ତାହାର ସୂଚନା ତୁରନ୍ତ ଦେବାକୁ ହେବ। ଡିଜିସିଏ ଆହୁରି କହିଛନ୍ତି ନର୍ଦ୍ଧାରିତ ବିମାନ ଉଡ଼ାଣ ସେତେବେଳେ ହେବ ଯେତେବେଳେ ପର୍ଯ୍ୟାପ୍ତ ଫଣ୍ଡ ଯୋଗାଡ଼ ହୋଇଯିବ ଏବଂ ଡିଜିସିଏ ଠାରୁ ଉଡ଼ାଣ ଅନୁମତି ମିଳିବା ପରେ ହିଁ ହେବ। ଆହୁରି ଡିଜିସିଏ ଠାରୁ ଅନୁମତି ମିଳିବା ପରେ ଟିକେଟ୍ ବିକ୍ରି ଆରମ୍ଭ ହେବ।
ଏହାପୂର୍ବରୁ ଗୁରୁବାର ହିଁ ଗୋ ଫାଷ୍ଟ ଟ୍ବିଟ୍ କରି ଏହି ସୂଚନା ଦେଇଥିଲା ଯେ ଏୟାରଲାଇନ ୨୩ ଜୁଲାଇ ସୁଦ୍ଧା ଏହାର ସବୁ ଉଡ଼ାଣ ରଦ୍ଦ କରିଛି। କମ୍ପାନିର ରେଜୋଲ୍ୟୁସନ ପ୍ରଫେସନାଲ ଶୌଲନ୍ଦ୍ର ଅଜମେର ଗତ ଜୁଲାଇ ୧୫ରେ ଏହି ପ୍ରସଙ୍ଗରେ ସୂଚନା ଦେଇ କହିଥିଲେ ଯେ ପୁନଃ ପରିଚାଳନା ପାଇଁ ଅନୁମତି ମିଳିଲେ ପ୍ରଥମେ ୧୫ ବିମାନ ଉଡ଼ାଣ କରିବେ।
ଆହୁରି ପଢ଼ନ୍ତୁ: ୩୦ ଦିନ ଭିତରେ ଦିଅ ପୁନଃରୁଦ୍ଧାର ଯୋଜନାର ବିସ୍ତୃତ ରିପୋର୍ଟ: ଗୋ ଫାଷ୍ଟକୁ ଡିଜିସିଏର ଚିଠି