ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଦିନିକିଆ କନ୍ଧମାଳ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ, ମାଓବାଦୀଙ୍କ ଉପରେ କଡ଼ା ନଜର ରଖିବା ଲାଗି ଜବାନଙ୍କୁ ପରାମର୍ଶ

2/06/2022 at 6:29 PM

ଫୁଲବାଣୀ, ୦୨/୦୬: ଗୁରୁବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ହେଲିକପ୍ଟର ଯୋଗେ ଦିନିକିଆ କନ୍ଧମାଳ ଗସ୍ତରେ ଅଛନ୍ତି । ଜିଲ୍ଲାର ମାଓ ଇଲାକା ଭାବେ ପରିଚିତ ତୁମୁଡିବନ୍ଧ ବ୍ଲକର ବେଲଘର ଥାନା ଅନ୍ତର୍ଗତ ଲଙ୍କାଗଡ ଠାରେ ନିର୍ମାଣଧୀନ ସିଆରପିଏଫ କ୍ୟାମ୍ପରେ ଓହ୍ଲାଇ କାର୍ଯ୍ୟ ବୁଲି ଦେଖିଥିଲେ । ଏଥିସହ ସିଆରପିଏଫ. ଓ ଏସଓଜି ଜବାନମାନଙ୍କ ସହ ଆଲୋଚନା କରିବା ସହ ମାଓବାଦୀଙ୍କ ଉପରେ ସତର୍କ ନଜର ରଖିବା ସହ ନିଷ୍ଠା ଓ ଆନ୍ତରୀକତାର ସହ ସର୍ବଦା କାର୍ଯ୍ୟ କରିବା ଲାଗି ଡିଜିପି ସୁନୀଲ ବଂଶଲ ପରାମର୍ଶ ଦେଇଥିଲେ । ଡିଜିପିଙ୍କ ଉପସ୍ଥିତି ଜବାନମାନଙ୍କ ମନୋବଳ ବୃଦ୍ଧି ଦିଗରେ ସହାୟକ ହୋଇଥିଲା ।

ସେହିପରି ଡିଜିପି ବଂଶଲ ଗ୍ରାମବାସୀମାନଙ୍କ ସହିତ ମଧ୍ୟ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଗ୍ରାମବାସୀମାନେ ଡିଜିପିଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ଗ୍ରାମବାସୀଙ୍କୁ କମ୍ବଳ, ସାଲ, ଶାଢୀ, ଟି.ସାର୍ଟ, ଓ ଖେଳ ସାମଗ୍ରୀ ଆଦି ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଡିଜିପି ଆର କେ ଶର୍ମ । ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜିବ କୁମାର ପଣ୍ଡା, ଆଇଜି ଅପରେସନ ଅମିତାଭ ଠାକୁର, ଦକ୍ଷୀଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଡିଆଇଜି ଅନିରୁଦ୍ଧ ସିଂ, ଏସପି ଭିନିତ ଅଗ୍ରୱାଲ, ଏସିଡିପିଓ ବାଲିଗୁଡା ଓ ଡେପୁଟି କମାଣ୍ଡଣ୍ଟ ସିଆରପିଏଫ ବାଲିଗୁଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

   Related Posts