ଆସିଲା ସମ୍ୱଲପୁର ହାତୀ ମୃତ୍ୟୁର ବ୍ୟବଚ୍ଛେଦ ରିପୋର୍ଟ, ମିଳିଲା ୪ ଇଞ୍ଚ ଲମ୍ବା, ୨.୫ ଇଞ୍ଚ ଗୋଲେଇର ବୁଲେଟ

Published By : Prameya-News7 Bureau | June 23, 2022 IST

ସମ୍ୱଲପୁର, ୨୩/୦୬: ହାତୀ ମୃତ୍ୟୁକୁ ନେଇ ସମ୍ବଲପୁର ଡିଏଫଓଙ୍କ ପ୍ରେସମିଟ୍ । ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାକ୍ରମ ବର୍ଣ୍ଣନା କରିଛନ୍ତି ଡିଏଫଓ । ବିଶେଷଜ୍ଞଙ୍କ ଅନୁମତି ଓ ନିର୍ଦ୍ଦେଶ ଅନୁସାରେ କାମ କରାଯାଇଛି । ବିଶେଷଜ୍ଞଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରଥମେ ପାଣିରେ ଚିକିତ୍ସା କରାଯାଇଛି । ପରେ ୨୧ ତାରିଖ ଦିନ ହାଇଡ୍ରା ଓ ଜେସିବି ସାହାଯ୍ୟାରେ ବାହାରକୁ ଅଣାଯାଇଛି ।

ହାତୀ ଶରୀରରେ ୪ ଇଞ୍ଚର ଲମ୍ବା, ୨.୫ ଇଞ୍ଚ ଗୋଲେଇର ବୁଲେଟ ଥିଲା । ମାମଲା ରୁଜୁ କରାଯାଇ ୨ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଜଣ ଫେରାର ରହିଥିବା ସେ କହିଛନ୍ତି । ସେମାନଙ୍କ ପାଖରୁ ମାରଣାସ୍ତ୍ର, ଛୁରୀ, ଦେଶୀ ବନ୍ଧୁକ ଜବତ କରାଯାଇଛି । ରୋଲ୍ ସିଜ୍ ଆର୍ମ ଆକ୍ଟ,, ଓ୍ବାଇଲ୍ଡ ଲାଇଫ ଆକ୍ଟ,, ଇନଫରମେସନ ଆକ୍ଟରେ ମାମଲା ରୁଜୁ କରାଯାଇଛି । କେନ୍ଦ୍ରାପାଟ ସଂରକ୍ଷିତ ଜଙ୍ଗଲରେ ଗଛ ଉପରୁ ଗୁଳି କରାଯାଇଥିବା ଡିଏଫ୍‌ଓ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.