ଭିଜିଲାନ୍ସ ପଞ୍ଝାରେ ଡିଏଫଓ କାର୍ଯ୍ୟାଳୟ କନିଷ୍ଠ କିରାଣୀ, ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

Published By : Prameya-News7 Bureau | October 11, 2021 IST

ସୁନ୍ଦରଗଡ ୧୧।୧୦: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କିରାଣୀ । ସୁନ୍ଦରଗଡ଼ ଡିଏଫଓଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଭାବରେ କାର୍ଯ୍ୟ କରୁଥିବା ଶ୍ରୀକାନ୍ତ ହୋତା ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି । କିଞ୍ଜିରକେଲା ଅଞ୍ଚଳର ପଚାଶ ବାର୍ଲାଙ୍କ ବାପାଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା । ସେହି କାଗଜପତ୍ର ପାସ୍ କରିବା ପାଇଁ କିରାଣୀ ଶ୍ରୀକାନ୍ତ ହୋତା ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । କିନ୍ତୁ ପଚାଶ ବାର୍ଲା ୧୦ ହଜାର ଟଙ୍କା ଧରି ଡିଏଫଓ କାର୍ଯ୍ୟାଳୟକୁ ଆସି କିରାଣୀଙ୍କୁ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡିବସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.