ଡେଓ୍ଵାର୍ଲ୍ଡ ବ୍ରେଭିସଙ୍କ ବିସ୍ଫୋରକ ବ୍ୟାଟିଂ, କୋଲକାତା ହାତରୁ ମ୍ୟାଚ୍ ଛଡ଼ାଇ ନେଲା ଚେନ୍ନାଇ

Published By : Prameya-News7 Bureau | May 07, 2025 IST

କୋଲକାତା: ଡେଓ୍ଵାର୍ଲ୍ଡ ବ୍ରେଭିସଙ୍କ ବିସ୍ଫୋରକ ବ୍ୟାଟିଂ। କୋଲକତା ହାତରୁ ମ୍ୟାଚ୍ ଛଡ଼ାଇ ନେଲା ଚେନ୍ନାଇ। ଆଇପିଏଲ୍‌ର ୫୭ତନ ମ୍ୟା୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ୨ ଓ୍ଵିକେଟ୍‌ରେ କୋଲକାତା ନାଇଟ୍ ରାଇଡର୍ସକୁ ହରାଇଛି। ପରାଜୟ ସହ କୋଲକାତାକୁ ପ୍ଲେ ଅଫ ଆଶାକୁ ବଡ଼ ଝଟକା ଲାଗିଛି। କୋଲକାତା ୧୨ଟି ମ୍ୟାଚ୍ ଖେଳି ଷଷ୍ଠ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୬ ଓ୍ଵିକେଟ୍ ହରାଇ ୧୭୯ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଆଜିଙ୍କ୍ୟ ରାହାଣେ ୪୮ ରନ, ମନୀଷ ପାନ୍ଡେ ୩୬ ଓ ରସେଲ ୩୮ ରନ କରିଥିଲେ। ଜବାବରେ ଚେନ୍ନାଇ ଡେଓ୍ଵାର୍ଲ୍ଡ ବ୍ରେଭିସଙ୍କ ବିସ୍ଫୋରକ ୫୨ ରନ ଓ ଶିବମ ଦୁବେଙ୍କ ୪୫ ରନ ବଳରେ ୮ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି। 

୧୮୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଚେନ୍ନାଇର ଆରମ୍ଭ ନିରାଶଜନକ ଥିଲା। ଆୟୂଷ ମହାତ୍ରେ ଓ ଡେବନ କନଓ୍ଵେ ଖାତା ଖୋଲି ପାରି ନ ଥିଲେ। ଉର୍ବିଲ ପଟେଲ୍ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୧ ବଲ୍‌ରୁ ୪ ଛକା ସହ ୩୧ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଅଶ୍ଵିନୀ ୮ ରନ, ରବୀନ୍ଦ୍ର ଜାଡେଜା ୧୯ ରନ କରି ଆଉଟ୍ ହୋଇଥିଲେ। ୬୦ ରନରେ ୫ ଓ୍ଵିକେଟ୍ ହରାଇ ଚେନ୍ନାଇ ସଙ୍କଟରେ ପଡିଥିଲା। ତେବେ ଡେଓ୍ଵାର୍ଲ୍ଡ ବ୍ରେଭିସ କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ଓ ଶିବମ ଦୁବେ ଷଷ୍ଠ ଓ୍ଵିକେଟ୍‌ରେ ୬୭ ରନ ଯୋଡ଼ି ଦଳର ସ୍ଥିତି ସୁଧାରିବା ସହ ବିଜୟ ସମ୍ଭାବନା ବଢାଇଥିଲେ। ବ୍ରେଭିସ ୨୫ ବଲରୁ ୪ ଚୌକା ଓ ୪ ଛକା ସହ ୫୨ ରନର ବିସ୍ଫୋରକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ଦୁବେ ୪୫ ରନର ଉପଯୋଗୀ ଇନିଂସ ଖେଳି ଦଳକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ। ଏମଏସ ଧୋନୀ ୧୭ ରନ କରି ଅପରାଜିତ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.