ଦେଶରେ ଦେବୋଥାନ ଏକାଦଶୀରୁ ଆରମ୍ଭ ହୋଇଯିବା ବିବାହ ଋତୁ, ଜାଣନ୍ତୁ ଚଳିତବର୍ଷ କେଉଁ ପର୍ଯ୍ୟନ୍ତ ବାଜିବ ଶଙ୍ଖ ମହୁରୀ
29/10/2023 at 8:28 PM

ହିନ୍ଦୁ ଧର୍ମରେ ଦିପାବଳୀ ପରେ ଦେବୋଥାନ ଏକାଦଶୀରୁ ଭଗବାନ ବିଷ୍ଣୁ ଜାଗ୍ରତ ହେବା ସହିତ ଦେଶରେ ବିବାହ ଋତୁ ଆରମ୍ଭ ହୋଇଯିବ। ଦେବଶାୟନୀ ଏକାଦଶୀରେ ଭଗବାନ ବିଷ୍ଣୁ ୪ ମାସ ନିମନ୍ତେ ଯୋଗନିଦ୍ରାକୁ ଯାଇଥାନ୍ତି। ହିନ୍ଦୁ ଧାର୍ମିକ ମାନ୍ୟତା ଅନୁସାରେ ସେହି ଦିନଠାରୁ ସମସ୍ତ ଶୁଭ ଓ ମାଙ୍ଗଳିକ କାର୍ଯ୍ୟ ଅଟକି ଯାଇଥାଏ ଓ ଭଗବାନ ବିଷ୍ଣୁ ଦିପାବଳୀ ପରେ ଦେବୋଥାନ ଏକାଦଶୀରେ ଯୋଗ ନିଦ୍ରାରୁ ଜାଗ୍ରତ ହୋଇଥାନ୍ତି। ଏଣୁ ଅଧିକାଂଶ ଲୋକେ ଏହି ଏକାଦଶୀ ପରେ ଶୁଭ ମୂହୁର୍ତ୍ତ ଦେଖି ସେମାନଙ୍କ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରିଥାନ୍ତି।

ସବୁ ବର୍ଷ କାର୍ତ୍ତିକ ମାସ ଶୁକ୍ଲ ଏକାଦେଶୀକୁ ଦେବୋଥନୀ ଏକାଦଶୀ ପାଳିତ ହୋଇଥାଏ। ଏଥିରେ ଆସନ୍ତୁ ଜାଣିବା ଚଳିତବର୍ଷର ଏହି ଦୁଇ ମାସ ନଭେମ୍ବର ଓ ଡିସେମ୍ବରରେ ବିବାହର ଶୁଭ ମୂହୂର୍ତ୍ତ କେବେ ପଡୁଛି। କ୍ୟାଲେଣ୍ଡର ଅନୁସାରେ ଯାହା ଜଣାପଡୁଛି ନଭେମ୍ବର ମାସରେ ଅନେକ ବିବାହ ଅନୁଷ୍ଠିତ ହେବ। ଏଥିରେ ଆପଣ ବି ଯଦି ନଭେମ୍ବରରେ ବିବାହ ଯୋଜନା କରିଥାନ୍ତି ତେବେ ଶୁଭ ମୁହୂର୍ତ୍ତ ଓ ତାରିଖ ଜାଣିନେବା ଆବଶ୍ୟକ। ନଭେମ୍ବର ୨୩ରେ ରେବତୀ ନକ୍ଷତ୍ର ପଡୁଥିବା ବେଳେ ସଂଧ୍ୟାରେ ଦ୍ୱାଦଶୀ, ଏଥିରେ ନଭେମ୍ବର ୨୪ରେ ତୁଳସୀ ବିବାହର ଶୁଭମୁହୂର୍ତ୍ତ ପଡୁଛି।

ହିନ୍ଦୁ ଧର୍ମରେ ବିବାହର ଶୁଭ ମୁହୂର୍ତ୍ତ ଧ୍ୟାନରେ ରଖି ବିବାହ ତାରିଖ ସ୍ଥିର କରାଯାଏ। ଉତ୍ତମ ବୈବୈହିକ ଜୀବନ ନିମନ୍ତେ ଲୋକେ ରିତି ରିବାଜର ସହିତ କାର୍ଯ୍ୟ କରିଥାନ୍ତି। ବର୍ଷର ଶେଷ ମାସ ଡିସେମ୍ବର ରେ ମଧ୍ୟ ଲୋକେ ଧୁମଧାମରେ ବିବାହ ଉତ୍ସବ ଆୟୋଜନ କରିଥାନ୍ତି। ଏଥିରେ ଡିସେମ୍ବର ମାସରେ ବିବାହ ନିମନ୍ତେ ୭ ଦିନ ପ୍ରକୃଷ୍ଠ ରହୁଛି। ଡିସେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ ଲଗାତାର ବିବାହ ତିଥି ରହୁଥିବା ବେଳେ ଶେଷ ତିଥି ୧୫ ତାରିଖରେ ପଡୁଛି।