ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଶ୍ରୀ ବଳଦେବଜୀଉଙ୍କ ରଥକୁ ନେଇ ପ୍ରତିକୂଳ ମନ୍ତବ୍ୟ ବିରୋଧରେ ତୀବ୍ର ପ୍ରତିକ୍ରିୟା, ଭକ୍ତି-ସ୍ବାଭିମାନ ସମାବେଶ ଅନୁଷ୍ଠିତ  

5/06/2022 at 3:08 PM

କେନ୍ଦୁଝର, ୦୫/୦୬: କେନ୍ଦୁଝର ବିଶ୍ବର ସର୍ବବୃହତ ଏକକ ରଥର ମାନ୍ୟତା ପାଇଥିବା କେନ୍ଦୁଝର ଶ୍ରୀ ବଳଦେବଜୀଉଙ୍କ ନନ୍ଦିଘୋଷ ରଥ ସମ୍ପର୍କରେ ପ୍ରତିକୂଳ ମନ୍ତବ୍ୟ ପ୍ରକାଶ ପାଇଥିବାରୁ ସମଗ୍ର କେନ୍ଦୁଝର ଜିଲ୍ଲାରେ ଏହାକୁ ନେଇ  ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ଶନିବାର ସଂଧ୍ୟାରେ ଶ୍ରୀ ବଳଦେବଜୀଉ ମନ୍ଦିର ସମ୍ମୁଖ ବଡଦାଣ୍ଡରେ ଭକ୍ତି ସ୍ଵାଭିମାନ ସମାବେଶ ଅନୁଷ୍ଠିତ ହୋଇଯାଇଛି ।

କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ନନ୍ଦିଘୋଷ ରଥ ଗତ ୪୦୦ ବର୍ଷର ହେବ ଏହି ଏକକ ସୁବିଶାଳ ରଥ ସମ୍ପର୍କରେ କିଛି ବ୍ୟକ୍ତି ବିଶେଷ ମାନହାନି ସୂଚକ ମନ୍ତବ୍ୟ ଦେବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗୋଟିଏ ବର୍ଷ ବା ଅତୀତର ଅଳ୍ପ କିଛି ବର୍ଷ ଧରି ଏହି ରଥକୁ ଆକାର ବା ଉଚ୍ଚତାରେ ବଡ କରାଯାଇ ନଥିବାବେଳେ ଇତିହାସ ସମ୍ପର୍କରେ ନ ଜାଣି ଏପରି ଭ୍ରମାତ୍ମକ ଭକ୍ତି ପ୍ରକାଶ କରିବା ସମିଚୀନ ନୁହେଁ ବରଂ ଏହା ଏକ ଧାର୍ମିକ ଭାବନା ପ୍ରତି କୁଠାରଘାତ ବୋଲି ମତପୋଷଣ ହୋଇଛି ।

ଚଳିତ ବର୍ଷ କେନ୍ଦୁଝରର ରଥକୁ ୭୨ ଫୁଟ ଉଚ୍ଚତା କରାଯାଇଛି ବୋଲି କିଛି ବ୍ୟକ୍ତି ବିଶେଷ ପ୍ରକାଶ କରିବା ସହ ପୁରୀର କିଛି ଦଇତାପତି ଏହି କେନ୍ଦୁଝର ରଥ ସମ୍ପର୍କରେ ପ୍ରତିକୂଳ ମନ୍ତବ୍ୟ ଦେଇଥିବାରୁ ଏହାକୁ ତୀବ୍ର ବିରୋଧ କରାଯାଇଛି । ଶ୍ରୀ ବଳଦେବଜୀଉ ମନ୍ଦିରର ବଡପଣ୍ଡା ରାଜ କିଶୋର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାବେଶରେ ରାଜ ପୁରୋହିତ, ପୂଜକ ଓ ସେବାୟତମାନେ ଉପସ୍ଥିତ ରହି କେନ୍ଦୁଝର ରଥ ସମ୍ପର୍କରେ  ପ୍ରଦାନ କରାଯାଇଥିବା ପ୍ରତିକୂଳ ମନ୍ତବ୍ୟକୁ ପ୍ରତିବାଦ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦୁଝରର ପଞ୍ଚ ବିଂଶତି ରାଜା ଲକ୍ଷ୍ମୀନାରାୟଣ ଭଞ୍ଜଦେଓ ୧୬୭୩ ମସିହାରେ ଶ୍ରୀ ବଳଦେବଜୀଉ ମନ୍ଦିର ପ୍ରତିଷ୍ଠା କରିଥିଲେ । ପ୍ରାୟତଃ ସେହିଦିନଠାରୁ କେନ୍ଦୁଝରର ରଥ ୭୨ ଫୁଟ ଉଚ୍ଚ ହୋଇ ଆଷାଢ ଶୁକ୍ଳପକ୍ଷ ହିତୀୟା ତିଥ୍ୟରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ବିଜେ କରୁଛନ୍ତି । ଶ୍ରୀ ବଳଦେବଜୀଉଙ୍କ କାଷ୍ଠ ନିର୍ମିତ ରଥ ସମଗ୍ର ପୃଥିବୀରେ ସର୍ବୋଚ୍ଚ ରଥର ମାନ୍ୟତା ଲାଭ କରିଛି । ଯାହାର ସ୍ବୀକୃତି ସ୍ଵରୂପ ଗିନିଜ ବୁକ ଅଫ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛି  ଓ ଏହା ପୂର୍ବରୁ ଶ୍ରୀ ବଳଦେବଜୀଉଙ୍କ ରଥ ନନ୍ଦିଘୋଷ ନେସନାଲ ରେକର୍ଡସ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ, ଏସିଆ ପାସିଫିକ ଆଇକନ, ଗ୍ଲୋବାଲ ରେକର୍ଡସ, ୱଣ୍ଡର ବୁକ ଅଫ ରେକର୍ଡସରେ ସ୍ଥାନ ପାଇସାରିଛି ।

ଏହି ରଥର ଉଚ୍ଚତା ୭୨ ଫୁଟ ଏବଂ ଗୋଲେଇ ୪୫ ଫୁଟ ହୋଇଥିବାବେଳେ ଏଥିରେ ପ୍ରାୟ ୮ ଫୁଟ ଉଚ୍ଚର ଷୋହଳଟି ଚକ ଲାଗିଥାଏ । ଏପରି ଏକ ପ୍ରାଚୀନ ବିଷ୍ଣୁକ୍ଷେତ୍ର ଯେଉଁଠାରେ ନବକଳେବର ପ୍ରଥା ନ ଥିବା ସହ ରଥଯାତ୍ରା ସମୟରେ ରଥରେ ଅଧରପଣା ନ ଥିଲେ ମଧ୍ୟ ଶ୍ରୀକ୍ଷେତ୍ର ଧାମର ପରମ୍ପରାକୁ ପାଥେୟ କରି ନୀତିକାନ୍ତି ସମାପିତ ହୋଇଥାଏ ।  ମାତ୍ର ଚଳିତ ବର୍ଷ ଏହି ରଥର ଉଚ୍ଚତ ବୃଦ୍ଧି କରାଯାଇଛି କେବଳ ଗିନିଜ ବୁକ ରେକର୍ଡ ପାଇଁ ବୋଲି ଯାହା କୁହାଯାଉଛି ତାହା ଭ୍ରମାତ୍ମକ ଓ ଅପମାନ ସୂଚକ ବୋଲି ଉକ୍ତ ମହଲରେ ମତବ୍ୟକ୍ତ ହୋଇଛି ।

ଏହା ପ୍ରତିବାଦରେ ଗତ ଶୁକ୍ରବାର ସଂଧ୍ୟାରେ ରଥ ସମ୍ମୁଖରେ ସେବାୟତ ଓ ଭକ୍ତଙ୍କ ତରଫରୁ ଧାରଣା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ସମାବେସରେ ସମାଜର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ , ସେବାୟତ , ବରିଷ୍ଠ ନାଗରିକ , ନିର୍ବାଚିତ ଜନ ପ୍ରତିନିଧି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧୂ, ଗଣମାଧ୍ୟମର ପ୍ରତିନିଧୁ, ସ୍ୱେଚ୍ଛାସେବୀ ସଂସ୍ଥାର ପ୍ରତିନିଧୂ ବ୍ରାହ୍ମଣ, ଭୂୟାଁ ସାଂସ୍କୃତିକ ସମାଜ, ଗୌଡ ସାଂସ୍କୃତିକ ସମାଜ, ଜିଲ୍ଲା ଯାଦବ ସମାଜ, ଆଜି କେନ୍ଦୁଝର ସହରର ବିଭିନ୍ନ ସାମାଜିକ, ସାଂସ୍କୃତିକ ସଂଗଠନ ସମେତ ଜନସାଧାରଣ ଯୋଗ ଦେଇ କେନ୍ଦୁଝର ରଥ ପ୍ରତି ଏପରି ମନ୍ତବ୍ୟ ଶୋଭନୀୟ ନୁହେଁ ବୋଲି ମତ ରଖୁଥିଲେ ଓ ଏହ ରଥ ସମ୍ପୂର୍କ ରେ ସଠିକ ତଥ୍ୟ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜାଙ୍କ ପାଖକୁ ପଠାଯିବାକୁ ସ୍ଥିର କରାଯାଇଛି ।

   Related Posts