ଶ୍ରୀମନ୍ଦିର ଦର୍ଶନ ବେଳେ ଅଘଟଣ, ବ୍ୟାରିକେଡ୍‌ରେ ଅସୁସ୍ଥ ହେଲେ ନାବାଳିକା

Published By : Prameya-News7 Bureau | November 20, 2023 IST

ପୁରୀ ୨୦।୧୧ : ଶ୍ରୀମନ୍ଦିର ଦର୍ଶନ ବେଳେ ଅଭାବନୀୟ ଘଟଣା। ଦର୍ଶନ ପାଇଁ ଆସିଥିବା ଜଣେ ନାବାଳିକା ଭକ୍ତ ଅଣନିଃଶ୍ବାସୀ ହୋଇଯାଇଥିଲେ । ଏହାପରେ ତାଙ୍କୁ ନିକଟସ୍ଥ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ନାବାଳିକା ଜଣଙ୍କ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବ୍ୟାରିକେଡ଼ରେ ଛିଡା ହୋଇଥିଲେ । ଏହା ସମୟରେ ହଠାତ୍‌ ବେହୋସ ହୋଇପଡିଲେ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୀର୍ଘ ସମୟ ଧରି ବ୍ୟାରିକେଡ଼ ଭିତରେ ଠିଆ ହୋଇଥିବାରୁ ବେହୋସ୍ ହୋଇପଡିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ନାବାଳିକା ଜଣକ ଗଞ୍ଜାମ ଜିଲ୍ଲା ଓଡନଇ ଗାଁର ହୋଇଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

wp:embed {"url":"https://www.prameyanews7.com/radhadamodar-besha-in-puri-jaganath-temple/","type":"wp-embed","providerNameSlug":"prameya-news-7"}
https://www.prameyanews7.com/radhadamodar-besha-in-puri-jaganath-temple/
/wp:embed

ତେବେ ନାବାଳିକା ଭକ୍ତ ଜଣକ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ଏବେ ମହାଧାର୍ମିକ କାର୍ତ୍ତିକ ମାସ ଚାଲିଥିବାରୁ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହେଉଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ସୁବିଧା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଥିବା ମଧ୍ୟ କହୁଛି। ହେଲେ ବ୍ୟାରିକେଡ଼ ଭିତରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହୁଥିବା ଭକ୍ତଙ୍କ ପାଇଁ ପ୍ରଶାସନ ସାମାନ୍ୟ ପାନୀୟ ଜଳର ବ୍ୟବସ୍ଥା କରିନଥିବା ଅଭିଯୋଗ ହୋଇଛି।

wp:embed {"url":"https://www.prameyanews7.com/actress-suzanne-shepherd-passes-away/","type":"wp-embed","providerNameSlug":"prameya-news-7"}
https://www.prameyanews7.com/actress-suzanne-shepherd-passes-away/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.