oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୀର୍ଘ ୧୧ମାସ ପରେ ମହାପ୍ରଭୁ ଅଲାରନାଥଙ୍କୁ ସର୍ବାଙ୍ଗ ଦର୍ଶନ କରୁଛନ୍ତି ଭକ୍ତ

16/02/2021 at 10:57 AM

ବ୍ରହ୍ମଗିରି ୧୬।୨: ମହାପ୍ରଭୁ ଅଲାରନାଥଙ୍କର ସର୍ବାଙ୍ଗ ଦର୍ଶନ କରୁଛନ୍ତି ଭକ୍ତ । ଉଢଣୀ ଷଷ୍ଠୀଠାରୁ ଶ୍ରୀପଞ୍ଚମୀ ପୂର୍ବ ଦିନ ପର୍ଯ୍ୟନ୍ତ ପାଖାପାଖି ୨ ମାସ ମହାପ୍ରଭୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମୁଖକୁ ଛାଡି ସମ୍ପୂର୍ଣ୍ଣ ଶରୀରକୁ ରେଶମ ଚଦରରେ ଘୋଡାଇ ହୋଇ ରହିଥାନ୍ତି । କହିବାକୁ ଗଲେ ଦୀର୍ଘ ୧୧ ମାସ ପରେ ଆଜି ମହାପ୍ରଭୁଙ୍କ ସର୍ବାଙ୍ଗ ଦର୍ଶନ କରୁଛନ୍ତି ଭକ୍ତ ।

କରୋନା ମହାମାରୀ ପାଇଁ ୨୩ ମାର୍ଚ୍ଚ ୨୦୨୦ଠାରୁ ଅଲାରନାଥ ମନ୍ଦିର ବନ୍ଦ ରହିଥିଲା । ୨୩ ଡିସେମ୍ବର ୨୦୨୦ରେ ମନ୍ଦିର ଖୋଲିଥିଲେ ମଧ୍ୟ ସେତେବେଳେ ମହାପ୍ରଭୁଙ୍କର ଘୋଡଲାଗି ବେଶ ଚାଲିଥିଲା ।  ତେଣୁ ଆଜି ଭକ୍ତମାନେ ଅଲାରନାଥଙ୍କ ସମ୍ପୂର୍ଣ୍ଣ ଶରୀରକୁ ଦର୍ଶନ କରିବା ପାଇଁ ଭିଡ ଜମାଇଛନ୍ତି ।

ଭୋର ୪ଟାରେ ଦ୍ବାର ଫିଟା ଯାଇ ମଙ୍ଗଳ ଆଳତୀ, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି ଏବଂ ବଲ୍ଲଭ ଧୂପ ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି ।

   Related Posts