ଆଜି ମହାଶିବରାତ୍ରି : ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ, ଜାଗର ପାଇଁ ଲିଙ୍ଗରାଜ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି

Published By : Prameya-News7 Bureau | February 21, 2020 IST

ଭୁବନେଶ୍ବର ୨୧।୨: ଆଜି ପବିତ୍ର ମହାଶିବରାତ୍ରି । ଜାଗର ପାଇଁ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ । ଆଜି ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଶୈବପୀଠକୁ ଯାଇ ମହାଦେବଙ୍କୁ ଦର୍ଶନ କରୁଛନ୍ତି । ଶିବରାତ୍ରି ପାଇଁ ଏକାମ୍ର କ୍ଷେତ୍ରରେ ଥିବା ଶିବ ମନ୍ଦିରଗୁଡ଼ିକରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

{"id":226982,"sizeSlug":"large"}

ମହାଶିବରାତ୍ରି ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ କମିଶନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମନ୍ଦିର ପରିସରରେ ୨୮ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ । ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ମନ୍ଦିର ଭିତରେ ଓ ବାହାରେ ସିସିଟିଭି କ୍ୟାମେରା ଲଗାଯାଇଛି ।

{"id":226983,"sizeSlug":"large"}

ମହାଶିବରାତ୍ରିର ଭିଡକୁ ନିୟନ୍ତ୍ରଣ କରିବା ସହ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା ସହ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଭକ୍ତଙ୍କ ଲାଗି ଫାଇବର ସେଡ୍ ଲଗାଯାଇଛି । ମନ୍ଦିର ସମ୍ମୁଖ ଦୁଇ ପାର୍ଶ୍ଵରେ ଚେୟାର ପକାଯାଇଛି।

{"id":226984,"sizeSlug":"large"}

ସେହିପରି ମନ୍ଦିର ପରିସରକୁ ସୁନ୍ଦର ଭାବେ ସଜାଇବା ପାଇଁ ୩ହଜାର ଫୁଲ କୁଣ୍ଡ ଓ ଛୋଟ ଗଛ ରଖାଯାଇଛି। ମହାଶିବରାତ୍ରି ଅବସରରେ ରାତି ଅଢେଇଟା ପରେ ମନ୍ଦିର ଖୋଲାଯାଇ ରାତି ୩ଟାରେ ମଙ୍ଗଳ ଆଳତି ଓ ଅବକାଶ କରାଯାଇଛି ।

{"id":226985,"sizeSlug":"large"}

ଏହାପରେ ସାହାଣମେଲା ଦର୍ଶନ ସକାଳ ସାଢ଼େ ୧୧ଟା ପର୍ଯ୍ୟନ୍ତ ହେବ। ଶ୍ରୀଜିଉଙ୍କ ଅନ୍ୟାନ୍ୟ ନୀତି ହୋଇ ପୁଣି ଅପରାହ୍ନ ୩ଟା ୪୫ରୁ ୪ଟା ୪୫ମିନିଟ୍ ପର୍ଯ୍ୟନ୍ତ ୩ଟା୪୫ରୁ ୪ଟା୪୫ ଯାଏଁ ସାହାଣମେଲା ଦର୍ଶନ ହେବ ।

{"id":226986,"sizeSlug":"large"}

ରାତି ୧୦ ଟାରେ ମହାଦୀପ ଉଠିବ । ମହାଦୀପ ଉଠିବା ପରେ ରାତି ୧୦ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। ଗାଡି ରଖିବା ପାଇଁ ୧୪ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି । ଦୁଇ ଓ ୪ ଚକିଆ ପାଇଁ ଅଲଗା ଅଲଗା ପାର୍କିଂର ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.