ଅଲାରନାଥ ପୀଠରେ ଶ୍ରୀଜିଉଙ୍କ ଅଣସର ଦର୍ଶନ ଲାଗି ଭକ୍ତଙ୍କ ଭିଡ

Published By : Prameya-News7 Bureau | June 27, 2019 IST

ବ୍ରହ୍ମଗିରି ୨୭|୬: ଶ୍ରୀମନ୍ଦିର ଅଣସର ଘରେ ଶ୍ରୀଜିଉଙ୍କ ଗୁପ୍ତ ସେବା ଚାଲିଥିବା ବେଳେ ସେପଟେ ବ୍ରହ୍ମଗିରି ଅଲାରନାଥ ପୀଠରେ ଅଣସର ଦର୍ଶନ ଲାଗି ଭିଡ ଲାଗିଛି । ଅଲାରନାଥ ପୀଠ ପାଲଟିଛି ଦ୍ବିତୀୟ ଶ୍ରୀକ୍ଷେତ୍ର । ଏଠାରେ ଚତୁର୍ଭୂଜ ନାରାୟଣ ମୁର୍ତ୍ତିଙ୍କୁ ଦର୍ଶନ କରି ଭକ୍ତମାନେ ଆଶିଷ ଲାଭ କରୁଛନ୍ତି ।

{"id":127824}

ନବଯୌବନ ଦର୍ଶନକୁ ଆଉ ୪ଦିନ ଥିବା ବେଳେ ଏବେ ଅଲାରନାଥଙ୍କ ପୀଠରେ ପ୍ରବଳ ଭିଡ ଲାଗିଛି । ସକାଳ ୬ଟାରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.