ବ୍ରହ୍ମଗିରି ଅଲାରନାଥଙ୍କ ପୀଠରେ ଶ୍ରୀଜିଉଙ୍କ ଅଣସର ଦର୍ଶନ
18/06/2019 at 10:08 AM

ବ୍ରହ୍ମଗିରି ୧୮|୬: ଆଜିଠୁ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଲାରନାଥଙ୍କ ପୀଠରେ ଅଣସର ଦର୍ଶନ। ଶ୍ରୀଜିଉମାନେ ସ୍ନାନ ପୂର୍ଣ୍ଣିମାରେ ସ୍ନାନ ବେଦୀରେ ୧୦୮ ଗରା ଜଳରେ ମହାସ୍ନାନ କଲାପରେ ଜ୍ୱରରେ ପୀଡିତ ହୋଇଛନ୍ତି । ଏବେ ଶ୍ରୀଜିଉମାନେ ଅଣସର ଘରେ ଗୁପ୍ତସେବା ।

ଏହି ସମୟରେ ଭକ୍ତ ରତ୍ନସସିଂହାସନ ଉପରେ ତିନି ଠାକୁରଙ୍କ ଦର୍ଶନ ପାଇନଥାନ୍ତି । ଶ୍ରୀମନ୍ଦିର ରତ୍ନ ସିଂହାସନରେ ପୂଜା ପାଆନ୍ତି ପଟି ଦିଅଁ । ତେଣୁ ଏହି ସମୟରେ ବ୍ରହ୍ମଗିରି ପାଲଟି ଯାଇଛି ଦ୍ଵିତୀୟ ଶ୍ରୀକ୍ଷେତ୍ର। ଶ୍ରଦ୍ଧାଳୁ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ଛୁଟିଆସିଥାନ୍ତି ଏହି ପୀଠକୁ ଦର୍ଶନ ପାଇଁ ।

ଆଜି ଭୋର ୪ଟାରେ ଦ୍ୱାର ଫିଟା ନୀତି ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ଅବକାଶ, ବେଶ, ତୁଳସୀ ଲାଗି ସହ ସମସ୍ତ ନୀତି ସରିଥିଲା । ଏହାପରେ ସକାଳ ୬ଟା ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି ।