ଗଙ୍ଗା ନଦୀରେ ବୁଡପକାଇଲେ ଶତାଧିକ ଶ୍ରଦ୍ଧାଳୁ

Published By : Prameya-News7 Bureau | January 15, 2020 IST

ନୂଆଦିଲ୍ଲୀ ୧୫।୦୧: ସମଗ୍ର ଭାରତ ବର୍ଷରେ ଆଜି ମକର ସଂକ୍ରାନ୍ତି ପାଳନ କରାଯାଉଛି । ଏହି ଅବରସରେ ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ନିଜ ଅଞ୍ଚଳରେ ଥିବା ଜଳାଶୟରେ ଶ୍ରଦ୍ଧାର ବୁଡ଼ ପକାଇଛନ୍ତି । ଉତ୍ତର ପ୍ରଦେଶର ବାରାଣସୀସ୍ଥିତ ଗଙ୍ଗା ନଦୀରେ ଶ୍ରଦ୍ଧାଳୁମାନେ ଭୋର ସକାଳୁ ବୁଡ଼ ପକାଇଛନ୍ତି । ମକର ସଂକ୍ରାନ୍ତିକୁ ଦକ୍ଷିଣ ଭାରତରେ ପୋଙ୍ଗଲ ପର୍ବ ଭାବରେ ପାଳନ କରାଯାଉଛି । ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ଏହି ପର୍ବ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି । ସମଗ୍ର ଉତ୍ତର ଭାରତରେ ମକର ସଂକ୍ରାନ୍ତିକୁ ନେଇ ବେଶ ଉତ୍ସାହ ଦେଖାଯାଉଛି । ସେହିଭଳି ଗୁଜୁରାଟ, ଦିଲ୍ଲୀ, ପଞ୍ଜାବ, ହରିୟାଣାରେ ମଧ୍ୟ ଏହି ପର୍ବକୁ ଧୂମଧାମରେ ପାଳନ କରାଯାଉଛି । ଗୁଜୁରାଟର ଗାଁ ଠାରୁ ଆରମ୍ଭ କରି ସହରାଞ୍ଚଳରେ ଗୁଡ଼ି ଉଡାଇବା ପ୍ରତିଯୋଗିତାର ଆୟୋଜନ କରାଯାଉଛି ।

wp:core-embed/twitter {"url":"https://twitter.com/ANINewsUP/status/1217310703251419137","type":"rich","providerNameSlug":"twitter","className":""}
https://twitter.com/ANINewsUP/status/1217310703251419137
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.